ଆସିଲା ଦୁଇ ପ୍ରଜାତିର ୨୬ ପକ୍ଷୀ

ବାରଙ୍ଗ, ୨୦।୧୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଥିବା ପଶୁପକ୍ଷୀଙ୍କ ପ୍ରଜାତି ସଂଖ୍ୟା ବୃଦ୍ଧି ପାଇଛି। ଗୁରୁବାର ଏଠାକୁ ୨ଟି ପ୍ରଜାତିର ୨୬ଟି ପକ୍ଷୀ କଟକର ଏକ ଘରୋଇ ସଂସ୍ଥାରୁ ଅଣାଯାଇଛି। ଏହି ୨ଟି ପ୍ରଜାତି ହେଲା ୟେଲୋ ସାଇଟେଡ କନ୍ୟୁର ହଳ ଓ ପାଇନାପୁଲ୍‌ କନ୍ୟୁର ହଳ। ଏଗୁଡ଼ିକୁ ପାଦଚଲା ବିହଙ୍ଗ ସରଣୀରେ ଏକ କେଜ୍‌ରେ ଛଡ଼ାଯାଇଛି। ସ୍ବାସ୍ଥ୍ୟାବସ୍ଥାର ଅନୁଧ୍ୟାନ କରାଯାଉଛି। ଏମାନଙ୍କ ଆଗମନ ପରେ ମୁକ୍ତାକାଶ ବିହଙ୍ଗ ସରଣୀରେ ପକ୍ଷୀ ପ୍ରଜାତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୩ରେ ପହଞ୍ଚିଛି।

Share