ଆସିଲା ଭଲ ଖବର: ଆଣ୍ଟି-ପାରାସାଇଟ୍ ଔଷଧ ଦ୍ୱାରା ୪୮ ଘଣ୍ଟାରେ ନଷ୍ଟ ହେଲା କରୋନା ଭୂତାଣୁ !

ନୂଆଦିଲ୍ଲୀ/ମେଲବୋର୍ନ,୫।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି । ତେବେ କରୋନା ଭୂତାଣୁକୁ ମାତ୍ର ୪୮ ଘଣ୍ଟାରେ ନଷ୍ଟ କରାଯାଇଥିବା ଖବର ମିଳିଛି । ଅଷ୍ଟ୍ରେଲିଆର ବୈଜ୍ଞାନିକ ଏଭଳି ଚମତ୍କାର କରି ଦେଖାଇଛନ୍ତି । ଏକ ଆଣ୍ଟି-ପାରାସାଇଟ୍ ଔଷଧର ଉପଯୋଗ ଦ୍ୱାରା ବୈଜ୍ଞାନିକ ଏଭଳି ସଫଳତା ହାସଲ କରିପାରିଛନ୍ତି । ଏନେଇ ଏକ ରିପୋର୍ଟ ଆଣ୍ଟିଭାଇରାଲ ପତ୍ରିକାରେ ପ୍ରକାଶ ପାଇଛି । ବୈଜ୍ଞାନିକମାନେ ଇବରମେକ୍ଟିନ୍ ଆଣ୍ଟି-ପାରାସାଇଟ୍ ଔଷଧ ବ୍ୟବହାର କରୋନା ଭୂତାଣୁକୁ ନଷ୍ଟ କରିଥିବା କୁହାଯାଉଛି । ଏହି ଔଷଧ କରୋନା ଭୂତାଣୁର ଆର୍‌ଏନ୍‌ଏ ସହିତ ଅନ୍ୟ ପରଜୀବୀ ଆର୍‌ଏନ୍‌ଏକୁ ସହଜରେ ନଷ୍ଟ କରିପାରିବ । ଏବେ ଏହା ଉପରେ ଅଧିକ ପରୀକ୍ଷା ନିରୀକ୍ଷା ଜାରି ରହିଛି ।

Share