Categories: ବାଣିଜ୍ୟ

ଆସିଲା ମାରୁତି ସୁଜୁକି ଏକ୍ସଏଲ୍‌୬

ଭୁବନେଶ୍ୱର, ୨୪-୮(ବ୍ୟୁରୋ): ମାରୁତି ସୁଜୁକି ପକ୍ଷରୁ ନୂଆ ଏକ୍ସଏଲ୍‌୬ ମଡେଲ ଓଡ଼ିଶା ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ରାଜଭବନ ରୋଡ ସ୍ଥିତ ନେକ୍ସା ଶୋ’ରୁମରେ ଏହାର ବଜାର ପ୍ରବେଶ ହୋଇଛି। ନାରାୟଣୀ ମୋଟର୍ସ ଏମ୍‌ଡି ପୁରୁଷୋତ୍ତମ ବୁଧରାଜା, ଡାଇରେକ୍ଟର ମନିଷା ବୁଧରାଜା, ନେକ୍ସାର ଆଞ୍ଚଳିକ ପ୍ରବନ୍ଧକ ବିକ୍ରମ ଶତପଥୀ, ଶୋ’ରୁମର ଜିଏମ୍‌ ଶ୍ରୀଧର ପେଡି ଏବଂ ଓଡ଼ିଆ ସିନେମା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏହାର ଉନ୍ମୋଚନ କରିଥିଲେ। ସେହିଭଳି ସ୍ଥାନୀୟ ପାହାଳସ୍ଥିତ ଟ୍ବିନସିଟି ନେକ୍ସା ଶୋ’ରୁମରେ ଯାନଟିକୁ ସ୍କାଏ ଅଟୋମୋବାଇଲ ସିଇଓ ଅଭିନାଷ ସିଂଘାନିଆ ,ବିଏମ୍‌ ଅମିତ ଶର୍ମା ଏବଂ କ୍ୱାଲିଟି ମ୍ୟାନେଜର ଧରିତ୍ରୀ ସାମଲ ପ୍ରମୁଖ ବଜାର ପ୍ରବେଶ କରାଇଥିଲେ। ମଡେଲଟିରେ ଲକଜ୍ୟୁରୀ, ଲେଦର କ୍ୟାପଟେନ ସିଟ, ଅଲ୍‌ ବ୍ଲାକ ଇଣ୍ଟେରିୟର ରହିଛି। ସେହିଭଳି ଏଥିରେ ଏକ୍ସକ୍ଲୁସିଭ ୬ ସିଟ୍‌, ବିଏସ୍‌-୬ ଅନୁପାଳନ ଯୁକ୍ତ କେ-୧୫ ପେଟ୍ରୋଲ ଇଞ୍ଜିନ, ମାରୁତି ସୁଜୁକିର ପ୍ରୋଗ୍ରେସିଭ ସ୍ମାର୍ଟ ହାଇବ୍ରିଡ ଟେକ୍ନୋଲୋଜିକୁ ସ୍ଥାନିତ କରାଯାଇଛି। ସ୍ପୋର୍ଟି ଫିଚର ଚାହୁଁଥିବା ଗ୍ରାହକଙ୍କୁ ଧ୍ୟାନରେ ରଖି ନୂଆ ଯାନଟିକୁ ପ୍ରସ୍ତୁତ କରାଯାଇଛି। ଏହାବାଦ ଲାଇଫଷ୍ଟାଇଲ, ଉଚ୍ଚତମ କମ୍ଫର୍ଟ, ସ୍ପେଶ ଏବଂ ପରଫରମାନ୍ସ , ଅଲ୍‌ ହ୍ବାଇଟ କ୍ୱାର୍ଡ ଏଲ୍‌ଇଡି ହେଡ ଲ୍ୟାମ୍ପ ଏହାର ଶୋଭା ବଢାଉଥିବା କମ୍ପାନୀ ପକ୍ଷରୁ ସୂଚନା ରହିିଛି। ଆକର୍ଷଣୀୟ ଇଣ୍ଟେରିୟର, ସ୍ମାର୍ଟ ପ୍ଲେ ଷ୍ଟୁଡିଓ, ସ୍ମାର୍ଟଫୋନ କନେକ୍ଟିଭିଟି, କ୍ରୁକ କଣ୍ଟ୍ରୋଲ ଭଳି ବୈଶିଷ୍ଟ୍ୟ ରହିଛି। ପେଟ୍ରୋଲ ଇଞ୍ଜିନରେ ଏହା ଆସୁଥିବା ବେଳେ ବଜାର ଦର ୯.୮୦ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ମାଇଲେଜ ଏବଂ ଲକଜ୍ୟୁରି ଦୃଷ୍ଟିକୋଣରୁ ଏହା ଗ୍ରାହକଙ୍କ ଦ୍ୱାରା ଆଦୃତି ଲାଭ କରିବ ବୋଲି ନେକ୍ସା ଆର୍‌ଏମ୍‌ ଶତପଥୀ କହିଛନ୍ତି। ନୂଆ ଯାନଟିର ଉନ୍ନତ ବିକ୍ରି ନେଇ ଆଶାବାଦୀ ଥିବା ନାରାୟଣୀ ମୋଟର୍ସ ଏମ୍‌ଡି ପୁରୋଷତ୍ତମ ବୁଧରାଜା କହିଛନ୍ତି।

ଯାନର ପ୍ରମୁଖ ବୈଶିଷ୍ଟ୍ୟ
– ବିଏସ୍‌-୬ ଅନୁପାଳକ ଇଞ୍ଜିନ , ଏକ୍ସକ୍ଲୁସିଭ ୬ ସିଟ
– କେ-୧୫ ପେଟ୍ରୋଲ ଇଞ୍ଜିନ
– ପ୍ରୋଗ୍ରେସିଭ ସ୍ମାର୍ଟ ହାଇବ୍ରିଡ ଟେକ୍ନୋଲୋଜି
– ସ୍ପୋର୍ଟି ଫିଚର
-ଆକର୍ଷଣୀୟ ଇଣ୍ଟେରିୟର

Share