Advertisement
Categories: ବାଣିଜ୍ୟ

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି

ନୂଆଦିଲ୍ଲୀ,୨୪-୪:ପ୍ରମୁଖ ଅଟୋମୋବାଇଲ ମାନୁଫାକ୍‌ଚରର ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ନୂଆ ଆମେଜ୍‌ ଭିକ୍ସ ସିଭିଟି ବଜାରକୁ ଆସିଛି। ହୋଣ୍ଡା ଆମେଜ୍‌ ଫ୍ୟାମିଲି ସେଡାନ୍‌ ବର୍ଗରେ କମ୍ପାନୀର ଏକ ଲୋକପ୍ରିୟ ବ୍ରାଣ୍ଡ ହୋଇଥିବା ବେଳେ ଏଥିରେ ଏକ ନୂଆ ଗ୍ରେଡ ଯୋଡି ହୋଇଛି। ଉଭୟ ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟରେ ଏହା ଉପଲବ୍ଧ। ଏସ୍‌ ଏବଂ ଭି ଗ୍ରେଡ୍‌ରେ ସିଭିଟି ଭାରିଆଣ୍ଟ ଉପଲବ୍ଧ ହେବ ବୋଲି କମ୍ପାନୀ ପ୍ରକାଶ କରିଛି। ଏହି ସେଗ୍‌ମେଣ୍ଟରେ ଦ୍ୱିତୀୟ ପିଢି ହୋଣ୍ଡା ଆମେଜ ଏକ ଲୋକପ୍ରିୟ ମଡେଲ ହୋଇ ପାରିଛି ବୋଲି କମ୍ପାନୀର ବିକ୍ରି ଓ ମାର୍କେଟିଂ ନିର୍ଦ୍ଦେଶକ ତଥା ବରିଷ୍ଠ ଉପସଭାପତି ରାଜେଶ ଗୋଏଲ ସୂଚନା ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ବର୍ଗରେ ଗ୍ରାହକମାନେ ଅତ୍ୟାଧୁନିକ ସିଭିଟି ମଡେଲ ପ୍ରତି ଆଗ୍ରହ ଦେଖାଉଛନ୍ତି। ଏଭଳି ପ୍ରସଙ୍ଗକୁ ଧ୍ୟାନରେ ରଖି ନୂଆ ମଡେଲଟିକୁ ବଜାରକୁ ଆଣିଛୁ ବୋଲି ଗୋଏଲ କହିଛନ୍ତି। ନୂଆ ମଡେଲଟିରେ ଅତ୍ୟାଧୁନିକ ଇନଫୋଟେନମେଣ୍ଟ ସିଷ୍ଟମ, ସାଟେଲାଇଟ ସଂଯୁକ୍ତ ହୋଇଥିବା ଟର୍ନ ସିଷ୍ଟମ, ଅଗ୍ରଣୀ ସ୍ମାର୍ଟଫୋନ କନେକ୍ଟିଭିଟି, ଆଇଆର୍‌ ରିମୋଟ କଣ୍ଟ୍ରୋଲ, ଅତିରିକ୍ତ ୟୁଏସ୍‌ବି ଇନ୍‌ପୋର୍ଟ, ରିୟର କ୍ୟାମେରା ଗାଇଡ୍‌ ଭଳି ବୈଶିଷ୍ଟ୍ୟ ଗ୍ରାହକ ଏଥିରେ ଲାଭ କରିପାରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share