Categories: ଜାତୀୟ

ଆସିଲେ ନାହିଁ ହସ୍ପିଟାଲର କୌଣସି କର୍ମଚାରୀ ଏକେଲା ସନ୍ତାନ ପ୍ରସବ କଲେ ମହିଳା

ନାଗପୁର,୪।୬: ମହାରାଷ୍ଟ୍ର ନାଗପୁରର ସୁକେଶ୍ରୀ ଶ୍ରୀକାନ୍ତ ନାମକ ଜଣେ ୨୩ ବର୍ଷୀୟା ମହିଳା ସନ୍ତାନ ପ୍ରସବ ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଠିକ୍‌ ଗର୍ଭ ଯନ୍ତ୍ରଣାରେ ସେ ବିକଳ ହୋଇ କାନ୍ଦୁଥିବା ସମୟରେ ହସ୍ପିଟାଲର କୌଣସି ଡାକ୍ତର ଅବା ଅନ୍ୟ କର୍ମଚାରୀ ତାଙ୍କ ନିକଟକୁ ଆସି ନ ଥିଲେ। ଶେଷରେ ସେ ଏକେଲା ସନ୍ତାନ ପ୍ରସବ କରିଥିଲେ। ତେବେ ବିଳମ୍ବିତ ରାତିରେ ସୁକେଶ୍ରୀଙ୍କର ଯନ୍ତ୍ରଣା ହେବା ଓ ସନ୍ତାନ ପ୍ରସବ ହେବାରୁ କେହି କର୍ମଚାରୀ ଆସି ପାରି ନ ଥିଲେ ବୋଲି କୁହାଯାଉଛି। ନିକଟରେ ଥିବା ଅନ୍ୟଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ସହାୟତାରେ ସେ ପ୍ରସବ କରିଥିବା ପ୍ରକାଶ।

Share