ଆସୁଛି ଦୀପାବଳି : ଏସବୁ ସ୍ଥାନରେ ଅନୁଭବ କରିବେ ପୂର୍ଣ୍ଣିମା ରାତିର ଜହ୍ନ ଆଲୁଅ

ଭାରତରେ ଏମିତି କିଛି ସ୍ଥାନ ରହିଛି, ଯେଉଁଠିକି ଯିବା ପାଇଁ ସବୁ ସମୟରେ ମନ ଚାହିଁବ। ବିଶେଷକରି ଦୀପାବଳିରେ ଏଠାକୁ ଯିବାର ମଜା କିଛି ଅଲଗା। ଅମାବାସ୍ୟା ରାତିରେ ବି ପୂର୍ଣ୍ଣିମା ରାତି ଜହ୍ନର ପରଶ ପାଇପାରିବେ। ତେବେ ଆସନ୍ତୁ ଜାଣିବା ଦୀପାବଳିରେ କେଉଁ ପ୍ୟାଲେସ ନଜର ଲାଖିଗଲା ଭଳି ଆଲୋକମାଳାରେ ସଜେଇ ହୋଇଥାନ୍ତି।

ମହୀଶୂର ପ୍ୟାଲେସ :

କର୍ନାଟକର ମହୀଶୂର ସହରରେ ଥିବା ମହୀଶୂର ପ୍ୟାଲେସ ସବୁଠୁ ଆକର୍ଷଣୀୟ। ଦୀପାବଳିରେ ୧ ଲକ୍ଷ ଲାଇଟ୍‌ରେ ଏହା ସଜେଇ ହୋଇଥାଏ। ଯାହାକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକେ ଆସିଥାନ୍ତି। ଏଠାରେ ହେବାକୁ ଥିବା ନାଇଟ୍‌ ଶୋ’ ଦେଖିବାକୁ ଲୋକେ ଟିକେଟ୍‌ କାଟିଥାନ୍ତି।

ଆମେର ଦୁର୍ଗ :

ଆରାବଳୀ ପାହାଡ଼ ନିକଟରେ ଥିବା ଆମେର ଦୁର୍ଗ ଦିନରେ ଦେଖିବାକୁ ଯେତିକି ଆକର୍ଷଣୀୟ ରାତିରେ ତା’ଠାରୁ ଢେର୍‌ ଅଧିକ। ଦୀପାବଳି ରାତିରେ ଏଠାରେ ନାଚଗୀତର ଆୟୋଜନ କରାଯାଇଛି। ସବୁଠୁ ଖାସ୍‌ କଥା ହେଲା ସ୍କ୍ରିପ୍ଟ ଗୁଲଜାର ସାହେବ ଲେଖିଛନ୍ତି। ବ୍ୟାକ୍‌ଗ୍ରାଉଣ୍ଡରେ ଅମିତାଭ ବଚ୍ଚନଙ୍କ ସ୍ବର ମଧ୍ୟ ଶୁଣିବାକୁ ମିଳିବ।

ଉମେଦ ଭବନ ପ୍ୟାଲେସ :

ଯୋଧପୁରରେ ବହୁତ ପ୍ୟାଲେସ ରହିଛି। କିନ୍ତୁ ଉମେଦ ଭବନ ନିଆରା। ଏହାର କିଛି ଭାଗରେ ରାଜ ପରିବାର ରହୁଥିବାବେଳେ ଆଉ କିଛି ଅଂଶରେ ପଞ୍ଚତାରକା ହୋଟେଲ କରାଯାଇଛି। ଗୋଟିଏ ମ୍ୟୁଜିୟମ ମଧ୍ୟ ରହିଛି। ଏହି ମହଲରେ ଦୀପାବଳିରେ ବିଭିନ୍ନ ଆଲୋକରେ ସଜା ଯାଇଥାଏ। ଏହା ଚନ୍ଦ୍ରର ଆଲୋକଠାରୁ ମଧ୍ୟ ଆହୁରି ଉଜ୍ଜ୍ୱଳ ଦେଖାଯାଇଥାଏ।

Share