ଆସୁଛି ବାତ୍ୟା

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଆସନ୍ତା ୧୫ ତାରିଖରେ ଏହା ଅବପାତ (ଡିପ୍ରେଶନ)ରେ ପରିଣତ ହେବ। ୧୭ ତାରିଖ ବେଳକୁ ଏହା ଆହୁରି ବଳ ଯୋଗାଡ଼ କରି ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେବ। ପ୍ରାଥମିକ ଆକଳନ ଅନୁଯାୟୀ ବାତ୍ୟା ପ୍ରଥମେ ପଶ୍ଚିମ ଉତ୍ତର-ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବ। ଏହା ପରେ ଦିଗ ବଦଳାଇ ଉତ୍ତର ପୂର୍ବ ଦିଗକୁ ଗତି କରିବ। ଆସନ୍ତା ୧୯ ତାରିଖରେ ବାତ୍ୟା ତାମିଲନାଡ଼ୁ-ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଦେଇ ସମାନ୍ତରାଳ ରେଖାରେ ଗତି କରିବା ସମ୍ଭାବନା ରହିଛି। ମେ ୧୯ କିମ୍ବା ୨୦ ତାରିଖରେ ବାତ୍ୟା ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ସହିତ ୪୦ରୁ ୫୦ କି.ମି.  ବେଗରେ ପବନ ବହିବା ସମ୍ଭାବନା ରହିଛି। ତେବେ କେତେକ ପାଣିପାଗ ମଡେଲ ଏହା ବାଂଲାଦେଶ ଆଡ଼କୁ ଯିବ ବୋଲି ପୂର୍ବାନୁମାନ କରିଛନ୍ତି। ଆସନ୍ତା ୧୫ ତାରିଖ ବେଳକୁ ବାତ୍ୟାର ରୂପରେଖ କିପରି ହେବ ଓ କେଉଁ ଆଡ଼କୁ ଗତି କରିବ ସେ ନେଇ ସ୍ପଷ୍ଟ କରାଯାଇ ପାରିବ ବୋଲି ଅବସରପ୍ରାପ୍ତ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଶରତ କୁମାର ସାହୁ କହିଛନ୍ତି।
ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି। ସ୍ଥଳଭାଗରେ ଗରମ ବାୟୁ ପ୍ରବାହ ହେବା ସହିତ ସାମୁଦ୍ରିକ ଜଳର ତାପମାତ୍ରା ୩୦ ଡିଗ୍ରୀ ସେଲ୍‌ସିୟସ ପାଖାପାଖି ରହୁଛି। ବାୟୁମଣ୍ଡଳର ଉପରିଭାଗରେ ଅର୍ଥାତ୍‌ ସମୁଦ୍ର ପତ୍ତନରୁ ୧୨ କି.ମି. ଉପରେ ପବନର ବେଗ ଅଧିକ ଥିବାବେଳେ ତଳ ଭାଗରେ ଗତି କମ୍‌ ରହୁଛି। ବାତ୍ୟା ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ସୁଗମ ହେବ। ନିର୍ଦ୍ଧାରିତ ସମୟରେ ଅର୍ଥାତ୍‌ ଆସନ୍ତା ୧୬ କିମ୍ବା ୧୭ ତାରିଖରେ ମୌସୁମୀ ଆଣ୍ଡାମାନ ଉପକୂଳକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ବାତ୍ୟା ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ବାତ୍ୟା ଦାନା ବାନ୍ଧୁ ଥିବାରୁ ରାଜ୍ୟରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ିବ। ପାରଦ ୪୫ ଡିଗ୍ରୀକୁ ଛୁଇଁବ ବୋଲି ଅନୁମାନ କରାଯାଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି ଏବଂ ରାଜ୍ୟର ଅନ୍ୟାନ୍ୟ ଭାଗରେ ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ସମୟରେ ସୁନ୍ଦରଗଡ଼, ଦେବଗଡ଼, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର ଏବଂ ବାଲେଶ୍ୱର ଜିଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବେନ୍ଦ୍ରଙ୍କ ଶେଷକୃତ୍ୟରେ ସାମିଲ ହେଲେ ବାବା ରାମଦେବ

ପୁରୀ,୧୮।୩: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର ଭୁବନେଶ୍ବରରୁ ଆସି ପୁରୀରେ ପହଞ୍ଚିଛି। ଆଉ କିଛି...

ଦୁର୍ଘଟଣାରେ ବାପ ପୁଅଙ୍କ ଜୀବନଗଲା

ବାଙ୍ଗିରିପୋଷି, ୧୮ା୩(ସଞ୍ଜୟ କୁମାର ଅଗ୍ରୱାଲା): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଦେଇଯାଇଥିବା ୪୯ନଂ. ଜାତୀୟ ରାଜପଥର ଦ୍ୱାରଶୁଣୀ ଘାଟିରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଜଣା...

୨ଦିନିଆ ବ୍ୟାଙ୍କ୍‌ ଧର୍ମଘଟ ଡାକରା: ଏହି ୪ଦିନ ବ୍ୟାଙ୍କ ସେବାରୁ ବଞ୍ଚିତ ହେବେ ଲୋକେ

ଭୁବନେଶ୍ୱର,୧୮ା୩: ୯ଦଫା ଦାବି ନେଇ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ବିୟୁ) ପକ୍ଷରୁ ୨ଦିନିଆ ବ୍ୟାଙ୍କ୍‌ ଧର୍ମଘଟ ଡାକରା ଦିଆଯାଇଛି। ଆସନ୍ତା ୨୩ ତାରିଖ...

ଭିଜିଲାନ୍ସ ମାମଲା ବିଚାରାଧୀନ ଥିଲେ ବି ମିଳିବ ବକେୟା ଛୁଟିର ଦରମା: ହାଇକୋର୍ଟ

କଟକ,୧୮ା୩(କାର୍ତ୍ତିକ ସାହୁ): ସରକାରୀଙ୍କ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ବିଚାରାଧୀନ ଥିଲେ ବା କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ମଧ୍ୟ ତାଙ୍କୁ ଅବସର ପରେ...

ଶୋଇଥିବା ବେଳେ ଘରୁ ଟାଣି ମହିଳାଙ୍କୁ ମାରିଦେଲା ଦନ୍ତା ହାତୀ

ଦେବଗଡ,୧୮ା୩( ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ବୁଢ଼ାପାଳ ଅଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ତିଲେଇପଶି ଗ୍ରାମରେ ଅଭାବନୀୟ ଘଟଣା। ବିଳମ୍ବିତ ରାତି ଘର ଭିତରେ...

ଶେଷ ଯାତ୍ରାରେ ଦେବେନ୍ଦ୍ର

ଭୁବନେଶ୍ୱର,୧୮।୩: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କର ୮୪ ବର୍ଷ ବୟସରେ ସୋମବାର ପରଲୋକ ହୋଇଯାଇଛି। ମଙ୍ଗଳବାର ପଞ୍ଚଭୂତରେ...

ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଛି: ପ୍ରିୟଦର୍ଶନ

ପୁରୀ,୧୮ା୩ (ଅଜିତ୍‌ କୁମାର ମହାନ୍ତି): ପୁରୀ ଶ୍ରୀମନ୍ଦିରରେ ଅଭିନେତ୍ରୀ ହେମାମାଳିନୀଙ୍କ ପ୍ରବେଶକୁ ନେଇ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ହେମାମାଳିନୀ ମୁସ୍‌ଲିମ୍‌ ଧର୍ମକୁ...

ହେମାମାଳିନୀଙ୍କ ଶ୍ରୀମନ୍ଦିର ପ୍ରବେଶ ନେଇ ବିବାଦ: ‘ଗ୍ରହଣ କରିଥିଲେ ମୁସଲମାନ ଧର୍ମ’

ପୁରୀ,୧୮ା୩ (ଅଜିତ୍‌ କୁମାର ମହାନ୍ତି): ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସୋମବାର ସିଂହଦ୍ୱାର ଥାନାରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image