ଆସୁଛି ଲଘୁଚାପ: ୨୯ରୁ ଉପକୂଳରେ ବର୍ଷିବ

ଭୁବନେଶ୍ୱର,୨୬ା୬(ବ୍ୟୁରୋ): ଗତ ୩/୪ ଦିନ ହେବ ରାଜ୍ୟରେ ମୌସୁମୀ ଉଭାନ ହୋଇ ଯାଇଛି। ବର୍ଷା ଚାଡି ଯାଇଥିବା ବେଳେ ପୁଣି ଖରା ଓ ଗରମ ଆରମ୍ଭ ହୋଇଛି। ଆହୁରି ୩ ଦିନ ପାଗ ଶୁଖିଲା ରହିବ। କାଁ ଭାଁ କେଉଁଠି ଅସରାଏ କିମ୍ବା ଦି ଅସରା ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୨୯ ତାରିଖରେ ଉତ୍ତର ପୂର୍ବ କିମ୍ବା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୯ ତାରିଖ ରାତିରୁ ଉପକୂଳ ଓଡିଶାର କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଜିଲାରେ ବର୍ଷା ଆରମ୍ଭ ହୋଇଯିବ। ୩୦ରୁ ୨ ତାରିଖ ଯାଏ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Share