Categories: ଜାତୀୟ

ଆସୁଛି ସାମୁଦ୍ରିକ ଝଡ଼ ‘ହିକ୍କା’ ୨୫ରେ ଉପକୂଳ ଛୁଇଁବା ସମ୍ଭାବନା

ନୂଆଦିଲ୍ଲୀ,୨୩।୯: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ହିକ୍କା’ ଆସନ୍ତା ୨୫ ତାରିଖ ସକାଳ ସୁଦ୍ଧା ଓମାନ ଉପକୂଳ ଛୁଇଁବ ବୋଲି ଅନୁମାନ କରିଛି ଜାତୀୟ ପାଣିପାଗ ବିଭାଗ। ସୋମବାର ଏହା ଆରବ ସାଗର ମଧ୍ୟରେ ସୃଷ୍ଟି ହାଇଥିବା ବେଳେ ଏହା ଧୀଧେୀରେ ଉପକୂଳ ମୁହଁ ହେଉଥିବା କୁହାଯାଉଛି। ‘ହିକ୍କା’ ଗୁଜରାଟ ଉପକୂଳ ନିକଟରେ ହୋଇଥିବାରୁ ଏହାର ପ୍ରଭାବରେ ସୌରାଷ୍ଟ୍ର ଓ କଚ୍ଛରେ ପ୍ରବଳ ବର୍ଷା ଅନୁମାନ କରିଛି ପାଣିପାଗ ବିଭାଗ। ତେବେ ସେପ୍ଟେମ୍ବର ୨୩-୨୫ ମଧ୍ୟରେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସଜୀବିଙ୍କୁ ସୂଚନା ଦିଆଯାଇଛି।

Share