Categories: ବାଣିଜ୍ୟ

ଆସୁଛି ହାଲ୍‌କା ହଳଦିଆ ରଙ୍ଗର ୨୦ ଟଙ୍କିଆ ନୋଟ୍‌

ମୁମ୍ବାଇ,୨୮-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ୨୦ ଟଙ୍କିଆ ନୂଆ ନୋଟ୍‌ ବଜାରକୁ ଛାଡ଼ିବାକୁ ଯାଉଛି। ମହାତ୍ମା ଗାନ୍ଧୀ  ସିରିଜର ଏହି ନୂଆ ନୋଟ୍‌ରେ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ସ୍ବାକ୍ଷର ରହିବ। ଆର୍‌ବିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ନୂଆ ନୋଟ୍‌ ହାଲ୍‌କା ହଳଦିଆ-ସବୁଜ ରଙ୍ଗର ହେବ। ନୋଟ୍‌ର ପଛ ଭାଗରେ ଦେଶର ସାଂସ୍କୃତିକ ଐତିହ୍ୟର ଝଲକ ସ୍ବରୂପ ଏଲୋରା ଗୁମ୍ଫାର ଚିତ୍ର ରହିବ। ତେବେ ପୁରୁଣା ସମସ୍ତ ୨୦ ଟଙ୍କିଆ ନୋଟ୍‌ ବୈଧ ରହିବ। ନୋଟ୍‌ର ମଧ୍ୟଭାଗରେ ମହାମତ୍ା ଗାନ୍ଧୀଙ୍କ ଫଟୋ ସହିତ ସମସ୍ତ ସୁରକ୍ଷା ବ୍ୟବସ୍ଥା ରହିବ। ଏହାବ୍ୟତୀତ ଆର୍‌ବିଆଇ,ଭାରତ, ଇଣ୍ଡିଆ ଓ ୨୦ ସଂଖ୍ୟା ଲେଖାଯିବ।

Share