ଆହତଙ୍କୁ ମେଡିକାଲ ନେଲେ ତହସିଲଦାର

ପୁରୁଷୋତ୍ତମପୁର,୧ା୧(ଡି.ଏନ.ଏ.): ପୁରୁଷୋତ୍ତମପୁର ଥାନା ଭାଟକୁମରଡା ନିକଟରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାରେ ବୁଧବାର ସନ୍ଧ୍ୟାରେ ଏକ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୨ଜଣ ଆହତ ହୋଇ ରାସ୍ତାରେ ପଡିଥିଲେ। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ସେହି ରାସ୍ତାଦେଇ ଯାଉଥିବା ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ ଦୁର୍ଘଟଣାଗ୍ରସ୍ତ ଗାଡିକୁ ରାସ୍ତାରୁ ହଟାଇ ଟ୍ରାଫିକ ନିୟନ୍ତ୍ରଣ କରିବା ସହ ନିଜ ଗାଡିରେ ଆହତଙ୍କୁ ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ। ଆହତମାନେ ହେଲେ କବିସୂର୍ଯ୍ୟନଗରର ସୀମାଞ୍ଚଳ ଦାଶ ଓ ରାଇପୁରର ନୀଳାଞ୍ଚଳ ବେହେରା। ତହସିଲଦାରଙ୍କ ମାନବିକତାକୁ ଜନସାଧାରଣ ପ୍ରଶଂସା କରିଛନ୍ତି। ପୁରୁଷୋତ୍ତମପୁର ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି।

Share