Categories: ଖେଳ

ଆହତ ଭୁବନେଶ୍ୱରଙ୍କ ସ୍ଥାନରେ ଶାର୍ଦ୍ଦୁଳ

ଚେନ୍ନାଇ,୧୪।୧୨(ପି.ଟି.)-ଭାରତୀୟ ପେସର ଭୁବନେଶ୍ୱର କୁମାର ଆହତ ହୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ୨୯ ବର୍ଷୀୟ ଭୁବି ମୁମ୍ବାଇଠାରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ବେଳେ ଆହତ ହୋଇଥିଲେ। ତେବେ ସେ କେଉଁ ସମସ୍ୟା ଦେଇ ଗତି କରୁଛନ୍ତି, ତାହା ସ୍ପଷ୍ଟ କରାଯାଇ ନାହିଁ। ଓପନର ଶିଖର ଧାଓ୍ବନଙ୍କ ପରେ ସେ ଦ୍ୱିତୀୟ ଖେଳାଳି ଭାବେ ଆହତ ସମସ୍ୟା କାରଣରୁ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତିରେ ଚଳିତବର୍ଷ କଦାପି ଖେଳି ନ ଥିବା ଠାକୁରଙ୍କୁ ସୁଯୋଗ ମିଳିଛି। ସେ ଏପର୍ଯ୍ୟନ୍ତ ୧୧ ମ୍ୟାଚ୍‌ ଖେଳି ୧୩ ଉଇକେଟ ହାତେଇଛନ୍ତି। ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ପ୍ରଥମ ଦିନିକିଆ ମ୍ୟାଚ୍‌ ଚେନ୍ନାଇଠାରେ ରବିବାର ଖେଳାଯିବ।

Share