ଆହତ ହେଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ନାୟକ ଟାଇଗର ଶ୍ରଫ ଆହତ ହୋଇଥିବା ସୂଚନା ମିଳିଛି। ସୋମବାର ସେ ତାଙ୍କ ପିଠିର ଏକ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି। ତେବେ ଫିଲ୍ମ ‘ବାଗି-୩’ର ଶୁଟିଂ ସେଟ୍‌ରେ ସେ ଆହତ ହୋଇଥିବା କହିଛନ୍ତି। ଅହମ୍ମଦ ଖାଁଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଟାଇଗର। ନିକଟରେ ଟାଇଗର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବାଗି-୩ର ଲୁକ୍‌ ଶେୟାର କରିଥିଲେ। ସ୍ଲିବଲେସ୍‌ ଜ୍ୟାକେଟ ସହ କାର୍ଗୋ ପ୍ୟାଣ୍ଟରେ ଖୁବ୍‌ ହ୍ୟାଣ୍ଡସମ୍‌ ଲାଗୁଥିଲେ ଟାଇଗର। ଟାଇଗର ଡ୍ୟାନ୍ସ ଓ ଫିଟନେସ୍‌ ପାଇଁ ଦର୍ଶକଙ୍କ ବେଶ୍‌ ପସନ୍ଦ ଏହି ନାୟକ।

Share