ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ

ଢେଙ୍କାନାଳ ଅଫିସ,୨୯ା୧୦

ଢେଙ୍କାନାଳ ପୌରସଂସ୍ଥା କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଅଚାନକ ଗସ୍ତରେ ଆସିଥିବା ରାଜ୍ୟ ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବସଷ୍ଟାଣ୍ଡ ନିକଟସ୍ଥ ଆହାର କେନ୍ଦ୍ରକୁ ଯାଇଥିଲେ। ୫ ଟଙ୍କାର ଟିକେଟ୍‌ କାଟି ଖାଦ୍ୟ ଖାଇବା ସହ ସେଠାରେ ଖାଉଥିବା ଲୋକଙ୍କୁ ମଧ୍ୟ ଖାଦ୍ୟର ମାନ ସମ୍ପର୍କରେ ପଚାରି ବୁଝିଥିଲେ। ସଦର ବ୍ଲକ କାର୍ଯ୍ୟାଳୟରେ ଏକ ପ୍ରକୋଷ୍ଠରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଫଟୋଚିତ୍ର ଅଳିଆ ଆବର୍ଜନା ଭିତରେ ପଡିଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ତୁରନ୍ତ ପରିଷ୍କାର କରି ସଜାଡି ରଖିବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Share