ଆହାର କେନ୍ଦ୍ରରେ ଖାଦ୍ୟ ନିଅଣ୍ଟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଘେରିଲେ ଲୋକେ

ବରଗଡ଼ ଅଫିସ,୧୩।୧୧- ବରଗଡ଼ ସହରର ଆହାର କେନ୍ଦ୍ରରେ ବୁଧବାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୈାହାନ ମଧ୍ୟାହ୍ନ ଭୋଜନ କରିଥିଲେ। ତେବେ ବହୁ ସଂଖ୍ୟାରେ ଲୋକେ ମଧ୍ୟାହ୍ନ ଭୋଜନ ଅପେକ୍ଷାରେ ଥିବା ବେଳେ ଖାଦ୍ୟ ନିଅଣ୍ଟ ପଡ଼ିଥିଲା। ଫଳରେ ଏହାକୁ ଲୋକେ ସୁବାସଙ୍କ ଦୃଷ୍ଟିକୁ ଆଣିଥିଲେ। ସେହିଭଳି ନିଜେ ଚୌହାନ ମଧ୍ୟ ଉକ୍ତ ଆହାର କେନ୍ଦ୍ରର ଖାଦ୍ୟ ଠିକ୍‌ ନ ଥିବା ଏବଂ ଏହାକୁ ସରକାରଙ୍କ ଦୃଷ୍ଟିକୁ ଆଣିବେ ବୋଲି କହିଥିଲେ।

Share