ଆହାର କେନ୍ଦ୍ରରେ ଖାଦ୍ୟ ମାନ ଯାଞ୍ଚ

ଭଦ୍ରକ ଅଫିସ, ୩୧।୫ – ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଗୁରୁବାର ଚାନ୍ଦବାଲି ଗସ୍ତରେ ଯାଇ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି। ଏହି ସମୟରେ ସେ ଚାନ୍ଦବାଲିରେ ଥିବା ଆହାର କେନ୍ଦ୍ରକୁ ପରିଦର୍ଶନରେ ଯାଇ ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଲୋକେ କିଭଳି ଖାଉଛନ୍ତି, କେନ୍ଦ୍ରର କର୍ମଚାରୀମାନେ ଖାଦ୍ୟ ପରଷିବା ସମୟରେ କିଭଳି ସଚେତନ ଅଛନ୍ତି ସେ ସମ୍ପର୍କରେ ଯାଞ୍ଚ କରିଥିଲେ। ଅଧିକ ସଫାସୁତୁରା ପ୍ରତି ଧ୍ୟାନ ଦେବାକୁ ଜିଲାପାଳ ଆହାର କେନ୍ଦ୍ରର କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ପୀତାମ୍ବର ସାମଲ ଓ ଜିଲା ପ୍ରକଳ୍ପ ଅଧିକାରୀ ମଧୁସୂଦନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।