ଆହାର କେନ୍ଦ୍ର ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ: ଏନ୍‌ଏସି ଇଓଙ୍କୁ ଦାବିପତ୍ର

ଗଞ୍ଜାମ, ୨୫।୫(ଡି.ଏନ୍‌.ଏ.): ଗଞ୍ଜାମ ସହର ଜୟଶ୍ରୀ ଛକଠାରେ ଏନ୍‌ଏସି ପକ୍ଷରୁ ୨୦ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ଏକ ଆହାର କେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲିଛି l ଏହି କେନ୍ଦ୍ରର ଛାତ ପଡ଼ିସାରିଲାଣି l ମାତ୍ର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳର ଯୁବକମାନେ ସୋମବାର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି l ପୁରୁଣା ଇଟା ସେଥିରେ ବ୍ୟବହାର କରାଯାଇଥିବା ଓ ପିଲରର ଲୁହା ଛଡ଼ ଦେଖା ଯାଉଥିବା ଆଦି ଦାବିପତ୍ରରେ ଦର୍ଶାଯାଇଛି। ଏଥିସହିତ ଏହାର ତଦନ୍ତ ପାଇଁ ସେମାନେ ଦାବୀ କରିଥିଲେ l ଏହାର ନକଲ କପି ଜିଲାପାଳ, ଉପ ଜିଲାପାଳ, ଓ ପିଡିଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି। ଏ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସଙ୍କୁ ପଚାରିବାରୁ ଦାବିପତ୍ର ଦେଇଛନ୍ତି ତଦନ୍ତ ପରେ ଜଣାପଡିବ ବୋଲି ସେ କହିଛନ୍ତି l

Share