ସମ୍ବଲପୁର, ୭।୧(ବ୍ୟୁରୋ): ସମ୍ବଲପୁର ଜିଲା ଉତ୍ତରାଞ୍ଚଳ ଆର୍ଡିସି ନିରଞ୍ଜନ ସାହୁ କାର୍ଯ୍ୟରେ ଯୋଗଦାନର ଦ୍ୱିତୀୟ ଦିନରେ ମଙ୍ଗଳବାର ସମ୍ବଲପୁର ସହରରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେ ପ୍ରଥମେ ଲକ୍ଷ୍ମୀ ଟକିଜ୍ ନିକଟସ୍ଥ ଆହାର କେନ୍ଦ୍ରକୁ ଯାଇଥିଲେ। ପରେ ଜିଲା ସଦର ଡାକ୍ତରଖାନାରେ ଥିବା ଆହାର କେନ୍ଦ୍ରକୁ ଯାଇ ଖାଦ୍ୟ ଖାଇଥିଲେ। ଖାଦ୍ୟର ମାନ ଯାଞ୍ଚକରି ଅଧିକ ସଫାସୁତରା ଲାଗି ପରାମର୍ଶ ଦେଇଥିଲେ। ଏଥିରେ ଅତିରିକ୍ତ ଜିଲାପାଳ ତଥା ମହାନଗର ନିଗମ କମିଶନର ଲିଙ୍ଗରାଜ ପଣ୍ଡା, ଏନ୍ଫୋର୍ସମେଣ୍ଟ ଅଧିକାରୀ ଶୁଭଙ୍କର ମହାନ୍ତି ଉପସ୍ଥିତ ଥିଲେ।