ଆହୁରି ୩ ସଂସ୍ଥାରେ ପରୀକ୍ଷା ପାଇଁ ଅନୁମତି ମାଗିଲା ରାଜ୍ୟ: ୫୦,୦୦୦ ନମୁନା ପରୀକ୍ଷା ପାଇଁ ପ୍ରସ୍ତୁତି

ଭୁବନେଶ୍ୱର,୩।୪(ବ୍ୟୁରୋ): ବ୍ୟାପକ ପରିମାଣରେ ବ୍ୟକ୍ତିବିଶେଷଙ୍କ ନମୁନା ପରୀକ୍ଷା ଦ୍ୱାରା ରାଜ୍ୟରେ କରୋନା ସମ୍ପର୍କିତ ସ୍ପଷ୍ଟ ଚିତ୍ର ମିଳିପାରିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମସ୍ତ ପଦକ୍ଷେପ ନେଉଛି। ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ଏମ୍ସ, ଆର୍‌ଏମ୍‌ଆର୍‌ସି ଏବଂ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ କରୋନା ସମ୍ପର୍କିତ ନମୁନା ପରୀକ୍ଷା କରାଯାଉଛି। ରାଜ୍ୟରେ ନମୁନା ପରୀକ୍ଷାକୁ ତ୍ୱରାନ୍ବିତ କରିବା ପାଇଁ ଆଉ ୩ଟି ସଂସ୍ଥାକୁ ଅନୁମତି ଦେବାକୁ ଅନୁରୋଧ କରାଯାଇଛି। ଏହି ସଂସ୍ଥାଗୁଡିକ ହେଉଛି ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାର ଏବଂ ସୁନ୍ଦରଗଡ଼ ଜିଲା ରାଉରକେଲାର ଆରଜିଏଚ୍‌ । ସେହିପରି ଆଗାମୀ ଦିନରେ ଅନୂ୍ୟନ ୫୦,୦୦୦ ନମୁନା ପରୀକ୍ଷା କରିବା କିଟ୍‌ ଯୋଗାଇ ଦେବା ପାଇଁ ଓଡ଼ିଶା ପକ୍ଷରୁ ଅନୁରୋଧ କରାଯାଇଛି।

Share