Categories: ଜାତୀୟ

ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ: ଯୋଗୀ ସରକାରଙ୍କୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ,୨୦।୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନ ସମୟରେ ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ ଭାବେ ନାମିତ କରାଯାଇଛି। ଏନେଇ ସୋମବାର ଯୋଗୀ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ନାମ ପରିବର୍ତ୍ତନ ବିରୋଧରେ ଦାଖଲ .ହୋଇଥିବା ଏକ ଜନସ୍ବାର୍ଥ ମାମଲାର ବିଚାର କରି ଅଦାଲତ ପକ୍ଷରୁ ଏପରି କରାଯାଇଛି। ଆହ୍ଲାବାଦ୍‌ ହେରିଟେଜ୍‌ ସୋସାଇଟି ପକ୍ଷରୁ ଏହି ମାମଲା ଦାଏର କରାଯାଇଛି। ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ଏବଂ ବିଚାରପତି ବି.ଆର୍‌. ଗୋବଇଙ୍କ ଦ୍ୱାରା ଗଠିତ ୨ ଜଣିଆ ଖଣ୍ଡପୀଠ ଏନେଇ ଯୋଗୀ ସରକାରଙ୍କ ଠାରୁ ଜବାବ ଲୋଡ଼ିଛନ୍ତି।

Share