Categories: ବାଣିଜ୍ୟ

ଆୟକର ବିଭାଗ ୬୪,୭୦୦ କୋଟି ରିଫଣ୍ଡ ଦେଲେ

ନୂଆଦିଲ୍ଲୀ,୨୫-୬: ଆୟକର ବିଭାଗ ଚଳିତ ଆର୍ଥିକ ବର୍ଷରେ ୬୪,୭୦୦ କୋଟି ଟଙ୍କା ରିଫଣ୍ଡ ପ୍ରଦାନ କରିଛି। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ୧.୬୧ ଲକ୍ଷ କୋଟି ଟଙ୍କା ରିଫଣ୍ଡ କରାଯାଇଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର ଲୋକ ସଭାରେ ସୂଚନା ଦେଇଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ୨୦୧୮-୧୯ ଆକଳନ ବର୍ଷ(ଆର୍ଥିକ ବର୍ଷ ୨୦୧୭-୧୮) ଲାଗି ୬.୪୯ କୋଟିରୁ ଅଧିକ ଇଲେକ୍ଟ୍ରୋନିକ ରିଟର୍ନ ହୋଇଛି। ସେହିପରି ଆକଳନ ବର୍ଷ ୨୦୧୭-୧୮ରେ ୫.୪୭ କୋଟି ରିଟର୍ନ ତୁଳନାରେ ଏହା ୧୮.୬୫ ପ୍ରତିଶତ ଅଧିକ। ସେ କହିଛନ୍ତି ଯେ, ୨୦୧୮-୧୯ରେ ଟିକସଦାତାଙ୍କୁ ୨୬.୯ କୋଟି ଏସ୍‌ଏମ୍‌ଏସ୍‌ ଓ ଇମେଲ୍‌ ପଠାଯାଇ ନିର୍ଦ୍ଧାରିତ ସମୟରେ ଆଇଟିଆର୍‌ ଦାଖଲ କରିବାକୁ ସ୍ମରଣ କରିଦିଆଯାଇଛି।

Share