Categories: ବାଣିଜ୍ୟ

ଆୟକର ରିଟର୍ନ ଦାଖଲ ଶେଷ ତାରିଖ ବଢ଼ିନି

ନୂଆଦିଲ୍ଲୀ,୩୧-୮: ଆୟକର ରିଟର୍ନ ଦାଖଲର ଶେଷ ତାରିଖ ବଢ଼ିନାହିଁ ବୋଲି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ(ସିବିଡିଟି) ଶୁକ୍ରବାର ସ୍ପଷ୍ଟ କରିଛି। ତେବେ ସୋସିଆଲ ମିଡିଆରେ ରିଟର୍ନ ଦାଖଲ ଶେଷ ତାରିଖ ଏକ ମାସ ବୃଦ୍ଧି କରାଯାଇଛି ବୋଲି ଉଲ୍ଲେଖ କରାଯାଇଛି। ସିବିଡିଟିର ଏକ ପତ୍ର ଉଲ୍ଲେଖ କରି ସୋସିଆଲ ମିଡିଆରେ ମିଥ୍ୟା ମେସେଜ ଭାଇରାଲ ହୋଇଛି, ଯାହା କୁ ସିବିଡିଟି ଖଣ୍ଡନ କରିଛି। ଏହା ସମ୍ପୂର୍ଣ୍ଣ ମିଛ ବୋଲି ସିବିଡିଟି ଉଲ୍ଲେଖ କରି କହିଛି ଯେ, ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଆୟକର ରିଟର୍ନ ଦାଖଲ କରିହେବ। ସମୟସୀମାରେ କୌଣସି ବୃଦ୍ଧି ହୋଇନାହି। ବିଭିନ୍ନ ଅସୁବିଧା କାରଣରୁ ଆୟକର ରିଟର୍ନ ଦାଖଲ ଶେଷ ତାରିଖକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରାଯାଇଛି ବୋଲି ସୋସିଆଲ ମିଡିଆରେ ମେସେଜ ଭାଇରାଲ ହୋଇଛି।

Share