Categories: ବାଣିଜ୍ୟ

ଆୟକର ହ୍ରାସ କିମ୍ବା ଜିଏସ୍‌ଟି ବୃଦ୍ଧି ନ ହେଉ: ପୂର୍ବତନ ସିଇଏ

ନୂଆଦିଲ୍ଲୀ,୧୨-୧୨: ଦେଶରେ କେବଳ ଆର୍ଥତ୍କ କାର୍ଯ୍ୟକଳାପ କମି ନାହିଁ ବରଂ ବର୍ତ୍ତମାନ ମାନ୍ଦାବସ୍ଥାର ଜଟିଳତା ଦେଇ ଘରୋଇ ବଜାର ଗତି କରୁଛି ବୋଲି ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ ବୁଧବାର କହିଛନ୍ତି। ଏଭଳି ସ୍ଥିତିରେ ଆୟକର ହ୍ରାସ ଏବଂ ଜିଏସ୍‌ଟିରେ ବୃଦ୍ଧି ନ ହେଉ ବୋଲି ସେ ମତ ରଖିଛନ୍ତି। ସେ କହିଛନ୍ତି, ଚାହିଦା ଭିତ୍ତିକ ଅଭିବୃଦ୍ଧି ଏକ ତଥାକଥିତ ଭାରତୀୟ ଭାବନା। ପୂର୍ବ ଏସିଆ ସମେତ ଅଧିକାଂଶ ଅର୍ଥନୀତି ଲାଗି ନିବେଶ ବୃଦ୍ଧି ଏବଂ ରପ୍ତାନି ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିଛି। ଏଭଳି ସ୍ଥିତିରେ ଭାରତରେ ଆୟକର ହ୍ରାସକୁ ସମର୍ଥନ କରିହେବନି। ବର୍ତ୍ତମାନର ସମୟ ଜିଏସ୍‌ଟି ବଢାଇବା ଲାଗି ଖରାପ ସମୟ ବୋଲି ସେ ସ୍ପଷ୍ଟ କରିଛନ୍ତି।

Share