ସମ୍ବଲପୁର,୬।୧୨(ବ୍ୟୁରୋ): ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକ ଆର୍ଡି ଜେଇ ଶ୍ୟାମସାଗର ସାଏଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଲା ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଟିମ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଏକକାଳୀନ ସାଏଙ୍କ ସମ୍ବଲପୁରର ରେଢ଼ାଖୋଲସ୍ଥିତ ଭଡ଼ାଘର ସମେତ ସୁନ୍ଦରଗଡ଼ ନିଜସ୍ବ ଘରେ ମଧ୍ୟ ଚଢ଼ାଉ ଜାରି ରହିଛି। ତେବେ ଚଢ଼ାଉ ଜାରି ରହିଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ।