ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଏମ୍‌କେସିଜି କନିଷ୍ଠ କିରାଣୀ

ବ୍ରହ୍ମପୁର ଅଫିସ,୧୭।୮: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କନିଷ୍ଠ କିରାଣୀଙ୍କ ଘର ସହ ୫ଟି ସ୍ଥାନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। କିରାଣୀ ଅଜିତ କୁମାର ସାହୁଙ୍କ ନାମରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଅଜିତଙ୍କ ଆମ୍ବପୁଆ ଶିବପଦ୍ମା କଲୋନୀସ୍ଥିତ ଡୁପ୍ଲେକ୍ସ ଅଟ୍ଟାଳିକା, ଗଜପତିନଗର ୭ମ ସାରଣୀରେ ଥିବା ୩ ମହଲା ବିଶିଷ୍ଟ ଅଟ୍ଟାଳିକା, ଲାଞ୍ଜିପଲ୍ଲୀରେ ଥିବା ୩ ମହଲା ଘର, ଏମ୍‌କେସିଜି ହସ୍ପିଟାଲର ତାଙ୍କ ଅଫିସ ଓ ଲାଞ୍ଜିପଲ୍ଲୀରେ ଥିବା ଚନ୍ଦନ ଟ୍ରେଡେର୍ସ ନାମକ ଏକ ସିମେଣ୍ଟ ଗୋଦାମ ଉପରେ ଚଢ଼ାଉ ଚାଲିଥିବା ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି । ଚଢଉ ଜାରି ରହିଥିବାରୁ ତାଙ୍କର ସ୍ଥାବର ଓ ଆସ୍ଥାବର ସମ୍ପତ୍ତିର ସଠିକ୍‌ ଆକଳନ ହୋଇପାରି ନ ଥିବା ସେ କହିଛନ୍ତି ।

Share