Categories: ଖେଳ

ଆୟର୍ଲାଣ୍ଡକୁ ହରାଇଲା ଭାରତୀୟ ମହିଳା ହକି ଦଳ

ଡବଲିନ,୨ା୬(ପିଟି)- ଗୋଟିଏ ଗୋଲରେ ପଛୁଆ ରହିବା ପରେ ମଧ୍ୟ ଭାରତୀୟ ମହିଳା ହକି ଦଳ ୨-୧ ଗୋଲରେ ଆୟର୍ଲାଣ୍ଡକୁ ଏଠାରେ ଚାଲିଥିବା ୨୧ ବର୍ଷରୁ କମ୍‌ ଚତୁଃ ରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ପରାସ୍ତ କରିଛି। ଲୌରା ଫଲେ ମ୍ୟାଚ୍‌ର ୧୦ମ ମିନିଟ୍‌ରେ ଗୋଲ ଦେଇ ଆୟର୍ଲାଣ୍ଡ ଦଳକୁ ୧-୦ ଗୋଲର ଅଗ୍ରଣୀ ଆଣି ଦେଇଥିଲେ। ଏହାପରେ ୩ୟ ଓ ୪ର୍ଥ କ୍ୱାର୍ଟରରେ ରିତ (୩୫ତମ ମିନିଟ୍‌) ଓ ଶର୍ମିଲା ଦେବୀ (୫୩ତମ)ଙ୍କ ଗୋଲ ବଳରେ ଭାରତ ମ୍ୟାଚ୍‌କୁ ଜିତି ନେଇଥିଲା। ମ୍ୟାଚ୍‌କୁ ବରାବର କରିବା ଲାଗି ଆୟର୍ଲାଣ୍ଡକୁ ପେନାଲ୍ଟି କର୍ନର ମିଳିଥିଲା। ହେଲେ ଗୋଲକିପର ବିଚୁ ଦେବୀ ଚମତ୍କାର ସେଭ କରିଥିଲେ। ଭାରତୀୟ ଦଳ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ସୋମବାର ସ୍କଟଲାଣ୍ଡକୁ ଭେଟିବ।

Share