ଆୟୁର୍ବେଦିକ୍‌ ହର୍ବାଲ୍‌ ଟି

ଆବଶ୍ୟକ ସାମଗ୍ରୀ- ପାଣି, ଅଁଳା ଗୁଣ୍ଡ, ଅଦା, ପୁଦିନା ପତ୍ର, ଆବଶ୍ୟକ ଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ- ଅଁଳା ଚା ତିଆରି କରିବା ପାଇଁ ଏକ ପ୍ୟାନରେ ଦେଢ଼ କପ୍‌ ପାଣି ବସାଇ ଗରମ କରନ୍ତୁ। ପାଣି ଫୁଟିବା ପରେ ସେଥିରେ ଏକ ଚାମଚ ଅଁଳା ଗୁଣ୍ଡ ଓ ଅଳ୍ପ ଅଦା ଛେଚି ପକାନ୍ତୁ। ଏହାପରେ ସେଥିରେ ୩-୪ଟି ପୁଦିନା ପତ୍ର ପକାନ୍ତୁ। ଏସବୁକୁ କମ୍‌ ଆଞ୍ଚରେ ୫ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ। ଏହାପରେ ଚା ଛଣାରେ ଛାଣି ପିଅନ୍ତୁ।
ଫାଇଦା-
– ଅଁଳା ଖାଇବା ଦ୍ୱାରା ଆଖି ବହୁତ ଭଲ ରହିଥାଏ। ମୋତିଆବିନ୍ଦୁ, ବର୍ଣ୍ଣାନ୍ଧତା କିମ୍ବା କମ୍‌ ଦୃଷ୍ଟିଶକ୍ତି ଥିବା ଲୋକଙ୍କ ପାଇଁ ଏହା ବହୁତ ଭଲ।
– ଫଙ୍ଗାଲ୍‌ ଇନ୍‌ଫେକସନ୍‌ ଏବଂ ବ୍ୟାକ୍ଟେରିଆ ସହ ଲଢ଼ିବା ପାଇଁ ଶକ୍ତି ମିଳିଥାଏ। ଅଁଳା ଆମ ଶରୀରରେ ଥିବା ବିଶାକ୍ତ ପଦାର୍ଥ ଅର୍ଥାତ ଟକ୍ସିନକୁ ବାହାର କରିବାରେ ସାହାଯ୍ୟ କରିଥାଏ।
– ଅଁଳା ଖାଇବା ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଥଣ୍ଡା, ସର୍ଦ୍ଦି, ଅଲ୍‌ସର୍‌ ଏବଂ ପେଟର ବିଭିନ୍ନ ସମସ୍ୟା ମଧ୍ୟ ଭଲ ହୋଇଥାଏ।
– ଡାଇବେଟିସ୍‌ ରୋଗୀଙ୍କ ଲାଗି ଏହା ବହୁତ ଉପକାରୀ। କାରଣ ଏହାକୁ ପିଇବା ଦ୍ୱାରା ଶରୀରରେ ଶର୍କରା ମାତ୍ରା ନିୟନ୍ତ୍ରିତ ହୋଇଥାଏ।