ଆୟୁଷ୍ମାନଙ୍କୁ ପ୍ରଶଂସା କଲେ ତାହିରା

ମୁମ୍ବାଇ: ବଲିଉଡ୍‌ ନାୟକ ଆୟୁଷ୍ମାନ ଖୁରାନାଙ୍କୁ ତାଙ୍କ ପତ୍ନୀ ତାହିରା ଖୁବ୍‌ ପ୍ରଶଂସା କରିଛନ୍ତି। ନିକଟରେ ସେ ଏକ ପ୍ରମୋଶନାଲ ପ୍ରେସ କନଫରେନ୍ସରେ ଯୋଗ ଦେବା ଅବସରରେ ଏପରି କହିଛନ୍ତି। ସେଠାରେ ସେ ବ୍ରେଷ୍ଟ କ୍ୟାନସର ଉପରେ ଆଲୋଚନା କରୁଥିଲେ। ଏଥିରେ ପୀଡିତ ମହିଳାମାନଙ୍କୁ ଉଦ୍ଦେଶ୍ୟରେ ତାହିରା କହିଥିଲେ ତାଙ୍କୁ ତାଙ୍କ ସ୍ବାମୀ ଆୟୁଷ୍ମାନ ଓ ପରିବାର ଯେଭଳି ସହଯୋଗ କରିଛନ୍ତି ଅନ୍ୟ ମହିଳାମାନଙ୍କୁ ମଧ୍ୟ ସେହିଭଳି ସହଯୋଗ ମିଳିବା କଥା ବୋଲି ସେ କହିଛନ୍ତି। ତାହିରା ଏବେ ବ୍ରେଷ୍ଟ କ୍ୟାନସରରେ ପୀଡିତ। ଆୟୁଷ୍ମାନ ୨ ବର୍ଷ କେମିତି ତାହିରାଙ୍କ ପାଇଁ କରଓ୍ବାଚୌଥ ବ୍ରତ ରଖିଥିଲେ ତାହା ମଧ୍ୟ ସେ ଶେୟାର କରିଛନ୍ତି।

Share