ଆୟୁଷ୍ମାନଙ୍କ ଗଙ୍ଗା ଆଳତୀ

ବାରାଣସୀ: ବଲିଉଡ୍‌ ଅଭିନେତା ତଥା ଅନ୍ଧାଧୂନ ଫେମ୍‌ ଆୟୁଷ୍ମାନ ଖୁରାନା ଏବେ ନିଜର ଅପ୍‌ କମିଂ ଫିଲ୍ମ ବାଲାର ପ୍ରମୋଶନରେ ବ୍ୟସ୍ତ ରହିଛନ୍ତି। ଇତିମଧ୍ୟରେ ସେ ସୋମବାର ଉତ୍ତରପ୍ରଦେଶର ବାରାଣସୀ ଗସ୍ତ କରିଛନ୍ତି। ଆୟୁଷ୍ମାନ ସନ୍ଧ୍ୟାରେ ଦଶ୍ୱମେଧ ଘାଟ ପହଞ୍ଚି ଗଙ୍ଗା ଆଳତୀ କରିଥିବା ଦେଖିବାକୁ ମିଳିଛି।

ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ସେ ମା’ ଗଙ୍ଗାଙ୍କ ପୂଜାର୍ଚ୍ଚନା କରିବା ସହ ଜଳ, ପୁଷ୍ପ ଓ କ୍ଷୀରରେ ଅଭିଷେକ କରିଥିଲେ। ସେହି ସମୟରେ ତାଙ୍କର ଏକ ଝଲକ ପାଇବା ପାଇଁ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଏହାପରେ ସେ ପ୍ରଶଂସକଙ୍କ ସହ ସେଲଫି ନେଇଥିଲେ। ଆୟୁଷ୍ମାନ ନିଜର ଅପ୍‌ କମିଂ ଫିଲ୍ମ ବାଲାର ପ୍ରମୋଶନ ଏବଂ ଆଉ ଏକ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଶୁଟିଂ ପାଇଁ ବାରାଣସୀ ଆସିଥିବା ଜଣାପଡ଼ିଛି।

Share