ବଲିଉଡ୍ ଇଣ୍ଡଷ୍ଟ୍ରିରେ ଜଣକ ପରେ ଜଣେ ନୂଆ ଅଭିନେତ୍ରୀ ଏଣ୍ଟ୍ରି ମାରିବାରେ ଲାଗିଛନ୍ତି। କିଛିଦିନ ତଳେ ଛୋଟପରଦାରୁ ଆସି ବଡ଼ପରଦାରେ ସାଇନ୍ କରିଛନ୍ତି ଅଭିନେତା ଲକ୍ଷ୍ୟ। କରଣ ଜୋହରଙ୍କ ଫିଲ୍ମ ‘ଦୋସ୍ତାନା -୨’ରେ ସେ ସାଇନ୍ କରିଛନ୍ତି। ଏବେ ଏହି ତାଲିକାରେ ଆଉ ଜଣେ ଟେଲି ଅଭିନେତ୍ରୀଙ୍କ ନାଁ ଯୋଡ଼ି ହୋଇଛି। ସେ ହେଉଛନ୍ତି ପଙ୍ଖୁଡ଼ି ଅବସ୍ତି।
ଏହି ଅଭିନେତ୍ରୀ ଆୟୁଷ୍ମାନ ଖୁରାନାଙ୍କ ସହିତ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମରେ ସେ କୁଙ୍କୁମ୍ ଭୂମିକାରେ ନଜର ଆସିବେ। ଲକ୍ଷ୍ନୋରେ ଜନ୍ମିତ ପଙ୍ଖୁଡ଼ି ଦିଲ୍ଲୀରେ ପାଠ ପଢ଼ିଛନ୍ତି। ଏହା ପରେ ବେଙ୍ଗାଲୁରୁରେ ମାର୍କେଟିଂରେ ଚାକିରି କରିଥିଲେ। କିନ୍ତୁ ତାଙ୍କ ଲକ୍ଷ୍ୟ ଥିଲା ଅଭିନୟରେ।
ସ୍ବପ୍ନକୁ ପୂରା କରିବା ପାଇଁ ୨୦୧୪ରେ ସେ ମୁମ୍ବାଇ ଚାଲିଆସିଥିଲେ। ପ୍ରଥମେ ଆଶିକ୍ ଏବଂ ଏମ୍ ଟିଭିର ‘ଫାନା ସିଜିନ୍ ୨’ରେ ସେ କାମ କରିଥିଲେ। କିନ୍ତୁ ସେ ସିରିୟଲ ‘ରଜିଆ ସୁଲତାନ୍’ରେ ଘରେ ଘରେ ପରିଚିତା ହୋଇଗଲେ। ଏବେ ବଡ଼ପରଦାରେ କାମ କରିବାକୁ ଯାଉଛନ୍ତି।