ଆୟୋଜକ ପାକିସ୍ତାନୀ ବୋଲି ଆମେରିକା ଇଭେଣ୍ଟ୍‌ ରଦ୍ଦ କଲେ ସଲମାନ୍‌

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଆମେରିକାର ହ୍ୟୁଷ୍ଟନ ସହରରେ ଆୟୋଜିତ ହେବାକୁ ଥିବା ଏକ ଲାଇଭ୍‌ ଇଭେଣ୍ଟରେ ଯୋଗ ଦେବାକୁ ମନା କରିଦେଇଛନ୍ତି। ଏହି ଇଭେଣ୍ଟକୁ ପାକିସ୍ତାନ ନାଗରିକ ରେହାନ ସିଦ୍ଦିକ ନାମକ ଜଣେ ବ୍ୟକ୍ତି ଆୟୋଜିତ କରୁଥିବାରୁ ସଲ୍ଲୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଆମେରିକାରେ ରେହାନ ଷ୍ଟାର୍ସ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଫଣ୍ଡ୍‌ ଯୋଗାଡ କରନ୍ତି। ପୂର୍ବରୁ ସୈଫ ଅଲ୍ଲୀ ଖାନ୍‌, ମିକା ସିଂଙ୍କ ଭଳି ବଲିଉଡ୍‌ ଷ୍ଟାର୍ସ ସହ ସେ ଅନେକ ଇଭେଣ୍ଟ କରିସାରିଛନ୍ତି। ନିକଟରେ ରେହାନଙ୍କ ନାଁରେ ଭାରତ ବିରୋଧୀ ଗତିବିଧି ପାଇଁ ଫଣ୍ଡ୍‌ ଯୋଗାଡ କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସଲମାନ ହ୍ୟୁଷ୍ଟନ ଇଭେଣ୍ଟ୍‌ରେ ଯୋଗ ଦେବାକୁ ମନା କରିଦେଇଛନ୍ତି।

Share