ରାୟପୁର,୨୯।୮: ଛତିଶଗଡ଼ ରାୟପୁରରେ କେତେକ ଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅନ୍ତ୍ୟେଷ୍ଟି ଶୋଭାଯାତ୍ରାର ଆୟୋଜନ କରିଥିଲେ। ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବା ଅନୁଚ୍ଛେଦ ୩୭୦କୁ ନେଇ ଇମ୍ରାନ ଯେଉଁ ଅଳଙ୍କାରିକ ଶବ୍ଦ ପ୍ରୟୋଗ କରୁଛନ୍ତି ଓ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଉଛନ୍ତି ତାକୁ ନେଇ ଏମାନେ ଇମ୍ରାନଙ୍କ ପୁତ୍ତଳିକା ଦାହ କରିଥିବା ପ୍ରକାଶ। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଏହାକୁ ନେଇ ପାକିସ୍ତାନ ଏକ ପ୍ରକାର ବିଳିବିଳାଉଛି କହିଲେ କିଛି ଭୁଲ୍ ହେବନାହିଁ। ଏଥିପାଇଁ ପାକିସ୍ତାନ ବିଭିନ୍ନ ଦେଶର ସହଯୋଗ ମାଗୁଥିବା ବେଳେ କେହି ତାକୁ ଏଥିରେ ସହଯୋଗ କରୁ ନ ଥିବାରୁ ଏବେ ସେ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇ ଯାଇଛି କହିଲେ ଚଳେ। ତେଣୁ ଇମ୍ରାନଙ୍କ ଏଭଳି ଆଚରଣ ଦେଖି ଲୋକେ ତାଙ୍କର ଅନ୍ତ୍ୟେଷ୍ଟି ଶୋଭାଯାତ୍ରା ବାହାର କରିବା ସହ ତାଙ୍କର ପୁତ୍ତଳିକାକୁ ହାଦ କରି ପାକିସ୍ତାନ ବିରୋଧୀ ଓ ଇମ୍ରାନ ବିରୋଧୀ ସ୍ଲୋଗାନ୍ ମଧ୍ୟ ଦେଇଛନ୍ତି।