ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପାଟଣାଗଡ଼,୨୪।୯(ଡି.ଏନ୍‌.ଏ.): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ପାତ୍ରଙ୍କ ଘରେ ମଙ୍ଗଳବାର ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପାଟଣାଗଡ଼ର ସ୍ଥାୟୀ ବାସିନ୍ଦା କିଶୋରଙ୍କ ନିଜ ଘର, ଭାଇଙ୍କ ଘର ସମେତ ତାଙ୍କ ପାଟଣାଗଡ଼ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ଜାରିରହିଛି। ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ରେଡ୍‌ ଚାଲିଥିବା ବେଳେ ରାଉରକେଲା, ସମ୍ବଲପୁର, ବରଗଡ଼ ଏବଂ ଝାରସୁଗୁଡା ଭିଜିଲାନ୍ସ ଟିମ୍‌ ସାମିଲ ହୋଇଛନ୍ତି। ବର୍ତ୍ତମାନ ସହକାରୀ ଯନ୍ତ୍ରୀଙ୍କ ସମ୍ପତ୍ତିର ଆକଳନ ଚାଲିଥିବାବେଳେ ସ୍ଥାବର ଅସ୍ଥାବର ସମ୍ପତ୍ତିର ପରିମାଣ କେତେ ହେବ ତାହା ପରେ ସୂଚନା ଦିଆଯିବ ବୋଲି ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପି ସାମଲ ସୂଚନା ଦେଇଛନ୍ତି।

Share