ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନୟାଗଡ଼ ଅଫିସ , ୧୭।୧୦- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧିଙ୍କ ନୟାଗଡ଼ ସରକାରୀ ବାସଭବନ ସମେତ ନିଜ ଘର ବ୍ରହ୍ମପୁର ସମେତ ୮ ଟି ସ୍ଥାନରେ କଟକ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି। ଭୁବନେଶ୍ୱରର ୩ଟି, ବ୍ରହ୍ମପୁରର ୨ଟି, ନୟାଗଡ଼ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ପୁରୀରେ ଥିବା ସମ୍ପର୍କୀୟଙ୍କ ବାସଭବନରେ ଚଢ଼ାଉ କରିଛି। କଟକ ଭିଜିଲାନ୍ସ ଡିଏସ୍‌ପି ସରୋଜ କୁମାର ସାମଲଙ୍କ ନେତୃତ୍ୱରେ ଗୁରୁବାର ସକାଳୁ ଏହି ଚଢ଼ାଉ ଜାରି ରହିଛିା

Share