ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ହାବିଲଦାରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କେନ୍ଦୁଝର/ପାଟଣା,୫।୧୨(ଡି.ଏନ୍‌.ଏ./ସ୍ବ.ପ୍ର.): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର କେନ୍ଦୁଝର ରିଜର୍ଭ ପୋଲିସରେ କାର୍ଯ୍ୟରତ ହାବିଲଦାର ବିଶ୍ୱନାଥ ମହାନ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କେନ୍ଦୁଝର ଔରବିହାରସ୍ଥିତ ତାଙ୍କ ବାସଭବନ, ପାଟଣା ବାରଟାଣିସ୍ଥିତ ପୈତୃକ ବାସଭବନ ଓ ତୁରୁମୁଙ୍ଗା ଥାନା ରେଙ୍ଗାଳବେଡ଼ା ଗ୍ରାମରେ ଥିବା ଶ୍ୱଶୁର ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତେବେ ହାବିଲଦାର ବିଶ୍ୱନାଥଙ୍କ ସ୍ତ୍ରୀ ମଧ୍ୟ ପୋଲିସ ବିଭାଗରେ ଚାକିରି କରୁଥିବା ଜଣାପଡ଼ିଛି। ଏହି ଚଢ଼ାଉରେ ବାଲେଶ୍ୱର ଭିଜିଲାନ୍ସ ଓ କେନ୍ଦୁଝର ଭିଜିଲାନ୍ସ ଡିଏସ୍‌ପି ଦେବଦତ୍ତ ସେଠ, ଏସ୍‌ଆଇ ବିକେ ନାୟକ, ଲକ୍ଷ୍ମୀ ନାରାୟଣ ମୁଖୀ ଓ ହେମା ମାଳିନୀ ନାୟକ ସାମିଲ ହୋଇଛନ୍ତି।

Share