Categories: ଗଞ୍ଜାମ

ଆୟ ବହିର୍ଭୂତ ସମ୍ପତ୍ତି :ଜେଲ ଗଲେ ପୌର ନିର୍ବାହୀ ଅଧିକାରୀ

ଫୁଲବାଣୀ ଅଫିସ/ବ୍ରହ୍ମପୁର ଅଫିସ, ୨ା୭-ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ ଘଟଣାରେ ଛନ୍ଦି ହୋଇ ପଡିଥିବା ଫୁଲବାଣୀ ପୌର ପରିଷଦ ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କୁ ସୋମବାର ଭିଜିଲାନ୍ସ ବିଭାଗ କୋର୍ଟ ଚାଲାଣ କରିଛି ା ସେଠାରେ ଜାମିିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗ ହାଜତକୁ ୧୪ ଦିନ ପାଇଁ ପଠାଇ ଦିଆଯାଇଛି ା ରବିବାର ଭିଜିଲାନ୍ସ ବିଭାଗ ବେହେରାଙ୍କୁ ଗିରଫ କରିଥିଲା ା ବିଚାରପତି ଭଗବାନ ପ୍ରଧାନ ବେହେରାଙ୍କ ଜାମିନ ଆବେଦନ ଖାରଜ କରିଥିଲେ ା
ପୌର ନିର୍ବାହୀ ଅଧିକାରୀ ବେହେରା ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ କରିଥିବା ନେଇ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା ା ଅଭିଯୋଗ ପାଇବା ପରେ ସର୍ଚ୍ଚ ୱାରେଣ୍ଟ ଅଣାଯାଇ ଗତ ୨୮ ତାରିଖରେ ବେହେରାଙ୍କ ଅଫିସ ଚାମ୍ବର, ସରକାରୀ ବାସଭବନ, ତାଙ୍କ ଅଫିସିର ଜଣେ ସହକର୍ମୀଙ୍କ ଘର, ବ୍ରହ୍ମପୁରସ୍ଥିତ ବାସଭବନ ଓ ଜରଡା ସ୍ଥିତ ଶ୍ୱଶୁରଙ୍କ ବାସଭବନ ଉପରେ ଏକ ସଙ୍ଗେ ଚଢାଉ କରାଯାଇଥିଲା ା ଚଢାଉ ବେଳେ ବେହେରାଙ୍କର ୧ କୋଟି ୩୨ ଲକ୍ଷ ୮ ହଜାର ୨୫୫ ଟଙ୍କାର ସମ୍ପତ୍ତି ଥିବା ଆକଳନ କରାଯାଇଥିଲା। ବେହେରାଙ୍କ ଚାକିରି କାଳ ମଧ୍ୟରେ ହୋଇଥିବା ଆୟ ଓ ବ୍ୟୟର ହିସାବ କରିବାରେ ସେ ମାତ୍ର ୧୧ ଲକ୍ଷ ୭୭ ହଜାର ୩୧୦ ଟଙ୍କା ସଞ୍ଚୟ କରିଥିଲେ ା ବାକି ୧ କୋଟି ୨୦ ଲକ୍ଷ ୩୦ ହଜାର ୯୪୫ ଟଙ୍କାର ହିସାବ ସେ ଦେଇ ପାରି ନ ଥିଲେ ା ଫଳରେ ଭିଜିଲାନ୍ସ ବିଭାଗ ବେଆଇନ ଭାବେ ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ା ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ନଂ.୧୫/୧୯ ମାମଲା ରୁଜୁ ହୋଇଛି ା