ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ଚାନ୍ଦବାଲି,୩ା୬(ଡି.ଏନ୍‌.ଏ.): ଭଦ୍ରକ ବନଖଣ୍ଡ ଅନ୍ତର୍ଗତ ଚାନ୍ଦବାଲିସ୍ଥିତ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଛି। ବୁଧବାର ମଧ୍ୟାହ୍ନରେ ଭଦ୍ରକ ଓ ବାରିପଦାର ଭିଜିଲାନ୍ସ ପକ୍ଷରୁ ଏସିଏଫ୍‌ଓ ବିରଜା ମୋହନ ମହାନ୍ତି ଓ ଫରେଷ୍ଟର ଜଗନ୍ନାଥ ମିଶ୍ରଙ୍କ କାର୍ଯ୍ୟାଳୟ ସମେତ ଚାନ୍ଦବାଲିସ୍ଥିତ ସେମାନଙ୍କ ଭଡ଼ାଘରେ ମଧ୍ୟ ଚଢ଼ାଉ କରାଯାଇଛି। ଏସିଏଫ୍‌ଓଙ୍କ ଚାନ୍ଦବାଲି ବଡ଼ବଜାରସ୍ଥିତ ଭଡ଼ାଘରେ ଚଢ଼ାଉ ବେଳେ କେତେକ କାଗଜପତ୍ର ଜବତ ହୋଇଥିବା ବେଳେ ତାଙ୍କୁ ବନବିଭାଗ ଅଫିସକୁ ନେଇ ପଚରା ଉଚରା କରିଛନ୍ତି। ମିଶ୍ରଙ୍କର ଚାନ୍ଦବାଲି ସିନେମା ବଜାର ଅଞ୍ଚଳରେ ଥିବା ଭଡ଼ାଘରେ ମଧ୍ୟ ଚଢ଼ାଉ କରାଯାଇଛି। ସେଠାରୁ ମଧ୍ୟ କେତେକ କାଗଜପତ୍ର ଜବତ ହୋଇଛ। ଏହି ଚଢ଼ାଉରେ ଦୁଇଜଣ ଡିଏସ୍‌ପିଙ୍କ ସମେତ ୧୨ଜଣ ଭିଜିଲାନ୍ସ କର୍ମଚାରୀ ସାମିଲ ଥିଲେ। ଏସିଏଫ୍‌ଓଙ୍କ କଟକ ସିଡିଏସ୍ଥିତ ବାସଗୃହରେ ମଧ୍ୟ ଏହି ଚଢ଼ାଉ ହେବ ବୋଲି ସୂଚନା ମିଳିଛି।