ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଭିଜିଲାନ୍ସ ବିଭାଗ ବନ୍ଦ କଲା ସମବାୟ ସମିତି ସଭାପତିଙ୍କ ବ୍ୟବସାୟିକ ଅନୁଷ୍ଠାନ

ପଦ୍ମପୁର,୨୧।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବରଣ୍ଡୁଆ ପଞ୍ଚାୟତ ସରପଞ୍ଚ ଓ ତାଙ୍କ ସ୍ବାମୀ ସମବାୟ ସମିତିର ସଭାପତିଙ୍କ ମାଲିକାନାରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ଶନିବାର ଭିଜିଲାନ୍ସ ବିଭାଗ ଚଢ଼ାଉକରି ବନ୍ଦ କରିବାକୁ ନୋଟିସ ଜାରି କରିଛି।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଅଗଷ୍ଟ ୧ ତାରିଖରେ ସମବାୟ ସମିତି ସଭାପତିଙ୍କ ବାସଭବନରେ ଚଢ଼ାଉ କରି ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା। ତେବେ ଭିଜିଲାନ୍ସ ବିଭାଗର ବାରମ୍ବାର ନୋଟିସ ସତ୍ତ୍ୱେ ଉଭୟ ସ୍ତ୍ରୀ,ସ୍ବାମୀ କୋର୍ଟରେ ହାଜର ନ ହେବାରୁ ତାଙ୍କ ବିରୋଧରେ ଜାମିନବିହୀନ ପରଓ୍ବାନା ଜାରି ହୋଇଛି।