ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଏସ୍‌ସିବି ମେଡିକାଲର ବରିଷ୍ଠ ଷ୍ଟେନୋଗ୍ରାଫରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କଟକ ଅଫିସ,୪।୧୨: କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ବରିଷ୍ଠ ଷ୍ଟେନୋଗ୍ରାଫର ପ୍ରମୋଦ କୁମାର ବସନ୍ତରାୟଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର କଟକସ୍ଥିତ ବାସଘର ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଛି। ବାଦାମବାଡ଼ି ଓଲ୍ଡ ଏଲ୍‌ଆଇସି କଲୋନୀରେ ଥିବା ତାଙ୍କର ସରକାରୀ କ୍ୱାର୍ଟର୍ସ, ସାଲେପୁର ଚମ୍ପତିରେ ଥିବା ଦୁଇଟି କୋଠା, ଜଗତପୁରର ନିମପୁରରେ ଥିବା ଦୁଇମହଲାବିଶିଷ୍ଟ କୋଠାଘର ଏବଂ ସିଡିଏସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ହୋଇଛି। ଏଥିସହ ମେଡିକାଲରେ ଥିବା ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।

Share