Categories: ଜାତୀୟ

ଇଂରାଜୀର ଗୋଟିଏ ପାରାଗ୍ରାଫ ପଢିପାରିଲେନି ଶିକ୍ଷକ

ଲକ୍ଷ୍ନୌ,୩୦।୧୧: ଉତ୍ତର ପ୍ରଦେଶ ଶିକ୍ଷା ବ୍ୟବସ୍ଥାର ସ୍ଥିତି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଉନ୍ନାଓ ଜିଲା ସିକନ୍ଦରପୁର ସରଉସିରେ ଥିବା ସରକାରୀ ବିଦ୍ୟାଳୟର ସ୍ଥିତିକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ଗତ ୨୮ ତାରିଖରେ ଜିଲାପାଳ ଦେବେନ୍ଦ୍ର କୁମାର ପାଣ୍ଡେ ଗୋଟିଏ ସରକାରୀ ସ୍କୁଲ ପରିଦର୍ଶନରେ ଯାଇଥିଲେ। ଏତିକି ବେଳେ ସେଠାରେ ସେ ଜଣେ ଶିକ୍ଷୟିତ୍ରୀଙ୍କୁ ଇଂରାଜୀ ବହିର ଏକ ପାରାଗ୍ରାଫ ପଢିବାକୁ କହିଥିଲେ। ହେଲେ ଶିକ୍ଷୟିତ୍ରୀ ଜଣକ ଏହା ପଢି ପାରି ନ ଥିଲେ। ଏହାପରେ ଜିଲାପାଳ ଉକ୍ତ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Share