ଇଂଲଣ୍ଡରୁ ଫେରିଲେ ଟିଏମ୍‌ସି ଏମ୍‌ପି: ଏବେ ପରିବାରଠାରୁ ୭ଦିନ ଯାଏଁ ରହିବେ ଅଲଗା

କୋଲକାତା,୧୮।୩: କୋଲକାତାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର ଇଂଲଣ୍ଡରୁ ଭାରତକୁ ଫେରିଛନ୍ତି। କୋଲକାତା ବିମାନବନ୍ଦରରେ ପହଞ୍ଚିବା ପରେ ମିମିଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ତାଙ୍କଠାରେ କରୋନା ଲକ୍ଷଣ ଦେଖାଯାଇ ନ ଥିଲା। କିନ୍ତୁ ଦେଶରେ କରୋନା ପ୍ରକୋପକୁ ଦେଖି ସୁରକ୍ଷା ଦୃଷ୍ଟିରୁ ୭ଦିନ ଯାଏଁ ତାଙ୍କୁ ନିଜ ଘରେ ହୋମ୍‌ ଆଇସୋଲୋଶନ୍‌ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏପରିକି ସେ ପରିବାରର କୌଣସି ଲୋକଙ୍କୁ ମଧ୍ୟ ଭେଟି ପାରିବେ ନାହିଁ। ତେବେ ଡାକ୍ତରଙ୍କ ଏହି ପରାମର୍ଶକୁ ମିମି ପାଳନ କରୁଛନ୍ତି ବୋଲି କହିଛନ୍ତି। ସୂଚନା ମୁତାବକ ମିମି ଚକ୍ରବର୍ତ୍ତୀ ନିଜର ଅପ୍‌ କମିଂ ଫିଲ୍ମ ‘ବାଜି’ର ଶୁଟିଂ ପାଇଁ ଇଂଲଣ୍ଡ ଯାଇଥିଲେ।

Share