Categories: ଖେଳ

ଇଂଲଣ୍ଡର ପ୍ରଥମ ମ୍ୟାଚ୍‌ରେ ଖେଳିବେ ଉଡ୍‌

ଲଣ୍ଡନ,୨୭।୫(ଏଏଫ୍‌ପି)- ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଲାଗି ଦ୍ରୁତ ବୋଲର ମାର୍କ ଉଡ୍‌ ଉପଲବ୍ଧ ରହିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ଖେଳିବା ତାଙ୍କୁ ଫିଟ୍‌ ଘୋଷିଣା କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷରେ ସାଉଥାମ୍ପଟନଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଡରହାମ ପେସରଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଫଳରେ ଇଂଲଣ୍ଡର ପ୍ରଥମ ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ସର୍ବଦା ଆହତ ସମସ୍ୟା ଦ୍ୱାରା ଘେରି ହୋଇ ରହିଥିବା ୨୯ ବର୍ଷୀୟ ବୋଲର ଗୁରୁବାର ଗୋଇଠି ଯନ୍ତ୍ରଣା ମୁକ୍ତ ଘୋଷିତ ହୋଇଥିଲେ। ସେ ଫିଟ୍‌ ଘୋଷିତ ହୋଇସାରିଥିଲେ ମଧ୍ୟ ତାଙ୍କୁ ଆଫଗାନିସ୍ତାନ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ବୋଲିଂ କରିବାକୁ ଦିଆଯାଇ ନାହିଁ।

Share