Categories: ଖେଳ

ଇଂଲଣ୍ଡ ଅଧିନାୟକ ପଦରେ ରହିବାକୁ ଚାହାନ୍ତି ରୁଟ୍‌

ମାଞ୍ଚେଷ୍ଟର,୯।୯(ଏଏଫ୍‌ପି): ଜୋ ରୁଟ୍‌ଙ୍କ ନେତୃତ୍ୱରେ ଇଂଲଣ୍ଡ କ୍ରିକେଟ ଦଳ ୨୦୧୭-୧୮ ସିଜନରେ ୪-୦ ବ୍ୟବଧାନରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ଏହାପରେ ଘରୋଇ ମାଟିରେ ୨-୧ରେ ଆଶେସ ଟ୍ରଫି ହାତଛଡ଼ା କରିବା ପରେ ରୁଟ୍‌ଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ସୃଷ୍ଟି କରିଛି। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ଅନ୍ତିମ ଟେଷ୍ଟ ଓଭାଲଠାରେ ଆସନ୍ତା ସପ୍ତାହରେ ଖେଳାଯିବ। ଇଂଲଣ୍ଡର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ କରାଯାଉଥିବା ରୁଟ୍‌ ଗତ ୫ ଇନିଂସରେ ଖାତା ଖୋଲି ପାରି ନାହାନ୍ତି। ଇଂଲଣ୍ଡ ଦଳର ଗୁରୁଦାୟିତ୍ୱ ବଜାୟ ରଖିବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। ଯେତେବେଳେ କୌଣସି ସିରିଜ୍‌ ହାରୁ ନିଶ୍ଚିତ କଷ୍ଟ ହୁଏ। ତାହାର ଦାୟିତ୍ୱ ମୋତେ ନେବାକୁ ପଡ଼ିବ। କେଉଁ ବିଭାଗଗୁଡ଼ିକରେ ଆମକୁ ଉନ୍ନତି ଦରକାର ତାକୁ ଚିହ୍ନଟ କରି, ସେଥିରେ ସୁଧାର ଆଣିବାକୁ ପଡ଼ିବ। କିନ୍ତୁ ମୋତେ ଟେଷ୍ଟ ଦଳର ଅଧିନାୟକ ପଦ ମିଳିଛି, ଯାହା ମୋ ପାଇଁ ବହୁ ବଡ଼ ସୁଯୋଗ। ଏହାକୁ ମୁଁ ହାତଛଡ଼ା କରିବାକୁ ଚାହେଁ ନାହିଁ। ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚାହେଁ ବୋଲି ରୁଟ୍‌ କହିଛନ୍ତି। ଓଲ୍ଡ ଟ୍ରାଫର୍ଡଠାରେ ଇଂଲଣ୍ଡ ୨୦୦୧ଠାରୁ କଦାପି ଟେଷ୍ଟ ହାରି ନ ଥିଲା। ତେବେ ଏଠାରେ ଅଷ୍ଟ୍ରେଲିଆ ୧୮୫ ରନ୍‌ର ବୃହତ୍‌ ବିଜୟ ହାସଲ କରିଛି। ଏହି ବିଜୟ ଯୋଗୁ ଆଶେସ ଟ୍ରଫି ଅଷ୍ଟ୍ରେଲିଆ ନିକଟରେ ରହିବା ନିଶ୍ଚିତ ହୋଇଛି। ଏହାସତ୍ତ୍ୱେ ଇଂଲଣ୍ଡ ସିରିଜ୍‌କୁ ୨-୨ର ବରାବର କରିବାର ସୁଯୋଗ ରହିଛି।

Share