Categories: ଖେଳ

ଇଂଲଣ୍ଡ ଗସ୍ତ କଲେ ଅସିଫ

କରାଚୀ,୨୫।୫(ଏଏଫ୍‌ପି) – ଦୁଃଖିତ ପାକିସ୍ତାନ କ୍ରିକେଟର ଅସିଫ ଅଲି ନିଜ ଝିଅର ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ଶେଷ କରିବା ପରେ ଶନିବାର ବିଶ୍ୱକପ୍‌ ଦଳରେ ଯୋଗଦେବା ପାଇଁ ଇଂଲଣ୍ଡ ଗସ୍ତ କରିଛନ୍ତି। ଗତ ରବିବାର ୧୯ ମାସର ଝିଅ ଦୁଆ ଫତିମା କର୍କଟରେ ପ୍ରାଣ ହରାଇଥିଲେ। ଏହାପରେ ଅସିଫ ଇଂଲଣ୍ଡ ଗସ୍ତରୁ ଫେରିଥିଲେ। ମୁଁ ଫତିମାଙ୍କୁ ଜଣେ ଯୋଦ୍ଧା ଭାବେ ମନେ ରଖିବାକୁ ଚାହେଁ। ସେ ମୋର ଶକ୍ତି ଓ ସାହସ ଥିଲା। ତାଙ୍କ ସ୍ମୃତି ମୋ ସହ ଆଜୀବନ ରହିବ ବୋଲି ୨୭ ବର୍ଷୀୟ କ୍ରିକେଟର ଟୁଇଟ୍‌ କରିଛନ୍ତି। ଏଥିସହ ପାକିସ୍ତାନ ଦଳରେ ଯୋଗଦେବା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ଫଳରେ ପାକିସ୍ତାନର ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚ୍‌ ପାଇଁ ସେ ଉପଲବ୍ଧ ରହିବେ।

Share