Categories: ଖେଳ

ଇଂଲଣ୍ଡ ଦଳକୁ ଆଣ୍ଡରସନଙ୍କ ପ୍ରତ୍ୟାବର୍ତ୍ତନ

ଲଣ୍ଡନ, ୭।୧୨- ଚଳିତ ମାସ ଅନ୍ତିମ ସପ୍ତାହରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ଲାଗି ଶନିବାର ଭ୍ରମଣକାରୀ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି। ଜୋ ରୁଟ୍‌ଙ୍କ ନେତୃତ୍ୱରେ ଘୋଷିତ ୧୭ ଜଣିଆ ଦଳକୁ ଜେମ୍ସ ଆଣ୍ଡରସନ, ଜନି ବେୟାରଷ୍ଟୋ ଓ ମାର୍କ ଉଡ୍‌ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୩୭ ବର୍ଷୀୟ ଆଣ୍ଡରସନ ଗତ ଅଗଷ୍ଟରେ ଆଶେସ ସିରିଜ ସମୟରେ ମାଂସପେଶୀଜନିତ ଆଘାତ ପାଇବା ପରେ ଆଉ କୌଣସି ମ୍ୟାଚ୍‌ ଖେଳି ନ ଥିଲେ। ସେହିଭଳି ଉଇକେଟ୍‌କିପର ବେୟାରଷ୍ଟୋ ନ୍ୟୁଜିଲାଣ୍ଡ ନିକଟରୁ ୧-୦ରେ ସିରିଜ ହାରିବା ପରେ ଦଳକୁ ବାଦ୍‌ ପଡ଼ିଥିଲେ। ମାର୍କ ଉଡ୍‌ ମଧ୍ୟ ବିଶ୍ୱକପ୍‌ ପରେ ଗୋଇଠିଜନିତ ସମସ୍ୟା ଲାଗି ଦଳରୁ ଦୂରେଇ ରହିଥିଲେ। ଇଂଲଣ୍ଡ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ସେଠାରେ ୪ଟି ଟେଷ୍ଟ ଏବଂ ୩ଟି ଲେଖାଏ ଏକଦିବସୀୟ ଓ ଟି୨୦ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ଡିସେମ୍ବର ୨୬ରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ସହ ଇଂଲଣ୍ଡ ଏହାର ଗସ୍ତ ଆରମ୍ଭ କରିବ।
ଇଂଲଣ୍ଡ ଟେଷ୍ଟ ଦଳ: ଜୋ ରୁଟ୍‌ (ଅଧିନାୟକ), ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର, ଜନୀ ବେୟାରଷ୍ଟୋ, ଜୋଶ୍‌ ବଟଲର (ଉଭୟ ଉଇକେଟ୍‌କିପର), ଷ୍ଟୁଆର୍ଟ ବ୍ରଡ୍‌, ରୋରୀ ବ୍ରୁନ୍ସ, ଜାକ୍‌ କ୍ରଓ୍ବଲି, ସାମ୍‌ କୁରାନ, ଜୋ ଡେନ୍‌ଲୀ, ଜ୍ୟାକ୍‌ ଲିଚ୍‌, ମାଥ୍ୟୁ ପାର୍କିସନ, ଓଲି ପୋପ୍‌, ଡମ୍‌ ସିବ୍‌ଲୀ, ବେନ୍‌ ଷ୍ଟୋକ୍ସ, କ୍ରିସ ଓ୍ବକ୍ସ ଓ ମାର୍କ ଉଡ୍‌।

Share