Categories: ଖେଳ

ଇଂଲଣ୍ଡ ଫୁଟ୍‌ବଲ ଦଳରେ କେନ୍‌ ସାମିଲ

ଲଣ୍ଡନ, ୨୮ା୫ (ଏଏଫ୍‌ପି)-ଆସନ୍ତା ମାସରେ ଖେଳାଯିବାକୁଥିବା ନେଶନ୍ସ ଲିଗ୍‌ ଫାଇନାଲ୍ସର ସେମିଫାଇନାଲ ମ୍ୟାଚ ପାଇଁ ଘୋଷଣା କରାଯାଇଥିବା ଇଂଲଣ୍ଡର ୨୩ ଜଣିଆ ଦଳରେ ହ୍ୟାରି କେନ୍‌ଙ୍କୁ ସାମିଲ କରାଯାଇଛି। କିନ୍ତୁ ତାଙ୍କ ଟୋଟେନହାମ୍‌ ହଟ୍ସପୁର ଟିମ୍‌ମେଟ୍‌ ହ୍ୟାରି ଓ୍ବିଙ୍କ୍ସ ଏବଂ କରାନ ଟ୍ରିପର ଦଳରୁ ବାଦ୍‌ପଡ଼ିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଇଂଲଣ୍ଡ ମ୍ୟାନେଜର ଗ୍ୟାରେଥ ସାଉଥ୍‌ଗେଟ୍‌ ୨୭ ଜଣିଆ ଦଳ ମନୋନୀତ କରିଥିଲେ। ଦଳରୁ ସେଥିରୁ ସାଉଥାମ୍ପଟନର ଜେମ୍ସ ଓ୍ବାର୍ଡ-ପ୍ରୋଇସ୍‌ ଏବଂ ନାଥାନ ରେଡ୍‌ମଣ୍ଡ୍‌ ମଧ୍ୟ ବାଦ୍‌ପଡ଼ିଛନ୍ତି। ଏପ୍ରିଲ୍‌ରେ ଗୋଇଠି ଲିଗାମେଣ୍ଟ ସମସ୍ୟା ଯୋଗୁ ଇଂଲଣ୍ଡ ଅଧିନାୟକ କେନ୍‌ ଖେଳରୁ ନିଜକୁ ଦୂରେଇ ରଖିଥିଲେ। ବର୍ତ୍ତମାନ ସେ କିନ୍ତୁ ଫିଟ୍‌ ଅଛନ୍ତି। ଜୁନ୍‌ ୯ ରବିବାର ଫାଇନାଲ ଏବଂ ତୃତୀୟ ସ୍ଥାନ ପ୍ଲେ-ଅଫ୍‌ ମ୍ୟାଚ ଖେଳାଯିବ। ଜୁନ୍‌ ୬ରେ ଇଂଲଣ୍ଡ ଓ ନେଦରଲାଣ୍ଡ୍ସ ମଧ୍ୟରେ ପ୍ରଥମ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ। ଏହି ମ୍ୟାଚର ଦିନକ ପୂର୍ବରୁ ଅର୍ଥାତ ଚୁନ୍‌ ୫ରେ ପର୍ତ୍ତୁଗାଲ ଏବଂ ସୁଇଜରଲାଣ୍ଡ ମଧ୍ୟରେ ଅନ୍ୟ ସେମିଫାଇନାଲ ମ୍ୟାଚ ଖେଳାଯିବ।

ଇଂଲଣ୍ଡ ଦଳ: ଗୋଲକିପର- ଜ୍ୟାକ୍‌ ବଟ୍‌ଲ୍ୟାଣ୍ଡ, ଟମ୍‌ ହିଟନ, ଜୋର୍ଡାନ ପିକ୍‌ଫୋର୍ଡ। ଡିଫେଣ୍ଡର- ଟ୍ରେଣ୍ଟ ଆଲେକ୍‌ଜାଣ୍ଡର ଆର୍ନୋଲ୍ଡ, ବେନ୍‌ ଚିଓ୍ବେଲ, ଜୋ ଗୋମେଜ, ମାଇକେଲ୍‌ କେନ୍‌, ହ୍ୟାରି ମାଗୁଇରେ, ଡ୍ୟାନି ରୋଜ୍‌, ଜନ୍‌ ଷ୍ଟୋନ୍ସ, କାଇଲ ଓ୍ବାକର। ମିଡ୍‌ଫିଲ୍ଡର: ହେଲେ ଅଲି, ରସ୍‌ ବାର୍କେଲି, ଫାବିଏନ ଡେଲଫ୍‌, ଏରିକ୍‌ ଡିଅର, ଜୋର୍ଡାନ ହିଣ୍ଡରସନ, ଜେସି ଲିଙ୍ଗାର୍ଡ ଓ ଡେକ୍‌ଲାନ ରାଇସ୍‌। ଫରଓ୍ବାଡର୍‌ସ: ହ୍ୟାରି କେନ୍‌, ମାର୍କସ ରସ୍‌ଫୋର୍ଡ, ଜାଡନ ସାଞ୍ଚୋ, ରହିମ୍‌ ଷ୍ଟର୍ଲିଂ ଓ କାଲମ ଓ୍ବିଲ୍‌ସନ।

Share