Advertisement

ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ଭିନ୍ନ ରଙ୍ଗର ଜର୍ସି ପିନ୍ଧିପାରେ

ଲଣ୍ଡନ,୨୦।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ କିଛି ମ୍ୟାଚ୍‌ରେ ଭିନ୍ନ ରଙ୍ଗର ଜର୍ସି ପରିଧାନ କରିବ। ୩୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ରେ ନୂଆ ଜର୍ସି ବ୍ୟବହାର କରିବାର ବିଶେଷ ସମ୍ଭାବନା ରହିଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଭାରତୀୟ ଦଳ କିମ୍ବା ବିସିସିଆଇ ପକ୍ଷରୁ କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ। ଦଳର କିଟ୍‌ ପ୍ରାୟୋଜକ ନାଇକ୍‌ ଏ ସମ୍ପର୍କରେ ଚୁପ ରହିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କମଳା ରଙ୍ଗର ଜର୍ସି ଓ କଲରରେ ବ୍ଲୁ ଷ୍ଟ୍ରିପ ରହିଛି। ଫୁଟ୍‌ବଲ ଭଳି କ୍ରିକେଟରେ ମଧ୍ୟ ଘରୋଇ ଓ ଭ୍ରମଣକାରୀ ଦଳ ଭିତ୍ତିରେ ଜର୍ସି ବ୍ୟବହାର କରିବାକୁ ଆଇସିସି ନୂଆ ନିୟମ କରିଛି। ବିଶ୍ୱକପ୍‌ ମ୍ୟାଚ୍‌ରେ ଦୁଇଟି ଦଳ କଦାପି ସମାନ ରଙ୍ଗର ଜର୍ସି ପରିଧାନ କରିପାରିବେ ନାହିଁ। କେବଳ ଆୟୋଜକ ଦଳକୁ ନିଜ ଜର୍ସିକୁ ଅପରିବର୍ତ୍ତିତ ରଖିବା ଅଧିକାର ଦିଆଯାଇଛି। ଫଳରେ ଭାରତୀୟ ଦଳକୁ ଜର୍ସିରେ ପରିବର୍ତ୍ତନ କରିବାକୁ ପଡ଼ିବ। ପାରମ୍ପରିକ ଟିମ୍‌ ଇଣ୍ଡିଆର ନୀଳ ରଙ୍ଗର ଜର୍ସିରେ ମଧ୍ୟ କମଳା ରଙ୍ଗର ଷ୍ଟ୍ରିପ ରହିଛି, ଯାହାକି ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ବଦଳାଇବା ନେଇ ଆଶା କରାଯାଉଛି। ସେହିଭଳି ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଯେ କୌଣସି ଦଳ ପାରମ୍ପରିକ ସବୁଜ ରଙ୍ଗର ଜର୍ସି ପିନ୍ଧିପାରିବେ ନାହିଁ। କେବଳ ଅଷ୍ଟ୍ରେଲିଆ (ହଳଦିଆ), ନ୍ୟୁଜିଲାଣ୍ଡ (କଳା) ଓ ଓ୍ବେଷ୍ଟଇଣ୍ଡିଜ (ନାଲି) ଦଳର ବିକଳ୍ପ ଜର୍ସି ଦରକାର ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel