Categories: ଖେଳ

ଇଂଲଣ୍ଡ ବ୍ୟାଟିଂ କୋଚ୍‌ ପଦ ଛାଡ଼ିବେ ରାମପ୍ରକାଶ

ଲଣ୍ଡନ,୩୧।୫- ଇଂଲଣ୍ଡ ଜାତୀୟ ଦଳର ବ୍ୟାଟିଂ କୋଚ ମାର୍କ ରାମପ୍ରକାଶ ଜୁନରେ ପଦ ଛାଡ଼ିବା ନେଇ ସୂଚନା ଦେଇଛନ୍ତି। ୫୨ ଟେଷ୍ଟ ଖେଳିଥିବା ପୂର୍ବତନ ଇଂଲିଶ କ୍ରିକେଟର ଗତ ୬ ବର୍ଷ ହେଲା ଇଂଲଣ୍ଡ କୋଚିଂ ଦଳର ସଦସ୍ୟ ହୋଇ ରହିଛନ୍ତି। ସେ ଆଶେସ ସିରିଜ୍‌ରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଗତ ମାର୍ଚ୍ଚରେ ଇସିବି ପକ୍ଷରୁ ଘୋଷଣା କରାଯାଇଥିଲା। ତାଙ୍କ ଦାୟିତ୍ୱ ଗ୍ରାହମ ଥର୍ପେ ଗ୍ରହଣ କରିବେ। ପଦତ୍ୟାଗ କରିବା ପାଇଁ ଏହା ଉଚିତ ସମୟ। ଗତ ୬ ବର୍ଷ ହେଲା ଇଂଲଣ୍ଡ ଦଳ ସହ ଭଲ ସମୟ ବିତାଇଛି ବୋଲି ରାମପ୍ରକାଶ କହିଛନ୍ତି। ଏ ସମ୍ପର୍କରେ ଇସିବିର ମ୍ୟାନେଜିଂ ଡିରେକ୍ଟର ତଥା ପୂର୍ବତନ ସ୍ପିନର ଆଶଲେ ଜାଇଲ୍ସ କହିଛନ୍ତି, ଗତ ୬ ବର୍ଷ ହେଲା ମାର୍କ ଇଂଲଣ୍ଡ ଦଳର କୋଚିଂ ସେଟ୍‌ଅପ୍‌ର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇ ରହିଥିଲେ। ତାଙ୍କ ତତ୍ତ୍ୱାବଧାନରେ ବହୁ ପ୍ରତିଭାସମ୍ପନ୍ନ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟକୁ ଆସିଛନ୍ତି।

Share