Categories: ଖେଳ

ଇଂଲିଶରେ ତ୍ରୁଟିପୂର୍ଣ୍ଣ ପୋଷ୍ଟ ପାଇଁ ସମାଲୋଚିତ ହେଲେ ପାକିସ୍ତାନ କ୍ରିକେଟର

କରାଚୀ,୨୦।୨- ପାକିସ୍ତାନ ଉଇକେଟକିପର ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କୁ ଇଂଲିଶରେ ଭୁଲ କ୍ୟାପଶନ ପାଇଁ ସୋସିଆଲ ମିଡିଆରେ ପ୍ରବଳ ସମାଲୋଚନାର ଶୀକାର ହେବାକୁ ପଡ଼ିଛି। ସେ ପୂର୍ବତନ ପାକିସ୍ତାନ ଅଲରାଉଣ୍ଡର ଅବଦୁଲ ରଜାକଙ୍କ ସହ ଏକ ଫଟୋ ଟୁଇଟ୍‌ କରିଥିଲେ। ଏହାର କ୍ୟାପଶନରେ ଲେଖିଥିଲେ ‘ମଦର ଫ୍ରମ ଆନାଦର ବ୍ରଦର’। କିନ୍ତୁ ତାଙ୍କୁ ଲେଖିବାର ଥିଲା ‘ବ୍ରଦର ଫ୍ରମ ଆନାଦର ମଦର’। ଏଭଳି ତ୍ରୁଟି ଯୋଗୁ ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟ ଭାଇରାଲ ହୋଇଯାଇଛି। ପ୍ରବଳ ସମାଲୋଚନା ଯୋଗୁ ଉମର ଟୁଇଟର ପୋଷ୍ଟକୁ ଡିଲିଟ କରି ଦେଇଥିଲେ।

Share