Categories: ବାଣିଜ୍ୟ

ଇଏମ୍‌ଆଇରେ ମୋରାଟୋରିୟମ ଦେଲେ ବ୍ୟାଙ୍କ

ନୂଆଦିଲ୍ଲୀ,୧। ୪: କୋଭିଡ-୧୯ ମୁକାବିଲା ଲାଗି ରିଜର୍ଭ ବ୍ୟାଙ୍କ ଇକ୍ୱେଟେଡ ମନ୍ଥଲି ଇନଷ୍ଟଲମେଣ୍ଟ (ଇଏମ୍‌ଆଇ) ଆଦାୟ ଉପରେ ୩ ମାସର ଆଶ୍ୱସ୍ତି ପ୍ରଦାନ କରିବା ନେଇ ଘୋଷଣା କରିଥିଲେ। ଆଗାମୀ ୩ ମାସ ଯାଏ ଋଣ କିସ୍ତି ଆଦାୟ ନ କରିବାକୁ ବ୍ୟାଙ୍କଗୁଡିକ ମଙ୍ଗଳବାର ସମ୍ମତି ପ୍ରଦାନ କରିଥିବା ଜଣାପଡିଛି। କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏହି ସୁବିଧା ଆରମ୍ଭ କରିଥିବାରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ଗତ ଶୁକ୍ରବାର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସମସ୍ତ ମିଆଦି ଋଣ କିସ୍ତି ଉପରେ ଏଭଳି ସୁବିଧା ଯୋଗାଣ ନେଇ ଘୋଷଣା କରିଥିଲେ। ରିଟେଲ, କୃଷି ଋଣ, ଓ୍ବାର୍କିଂ କ୍ୟାପିଟାଲ ପେମେଣ୍ଟ ଏହି ୩ ମାସର ମୋରାଟୋରିୟମ ମଧ୍ୟରେ ସାମିଲ ରହିଛି। ଏହି ସମୟରେ ଲୋକମାନେ ପେମେଣ୍ଟ ଦେବାକୁ ସକ୍ଷମ ହେଉନାହାନ୍ତି ତେବେ ତାକୁ ଖିଲାପ ଘୋଷଣା ନ କରିବାକୁ ଆର୍‌ବିଆଇ କହିଛି। ଅର୍ଥାତ ଲୋକମାନଙ୍କ କ୍ରେଡିଟ ହିଷ୍ଟ୍ରି ଉପରେ ଏହା ଯେଭଳି କୌଣସି ପ୍ରଭାବ ନ ପକାଏ ତାକୁ ଧ୍ୟାନରେ ରଖିବାକୁ କେନ୍ଦ୍ରୀୟ ବ୍ୟାଙ୍କ ପରାମର୍ଶ ଦେଇଛି।
ମୋରାଟୋରିୟମ ଦେଉଥିବା ବ୍ୟାଙ୍କ
– ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ
– ବ୍ୟାଙ୍କ ଅଫ୍‌ ବରୋଦା
– ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ
– ଆଇଡିବିଆଇ ବ୍ୟାଙ୍କ
-କାନାରା ବ୍ୟାଙ୍କ
– ସିଣ୍ଡିକେଟ ବ୍ୟାଙ୍କ
– ଇଣ୍ଡିଆନ ଓଭରସିଜ ବ୍ୟାଙ୍କ
– ଇଣ୍ଡିଆନ ବ୍ୟାଙ୍କ
– ୟୁକୋ ବ୍ୟାଙ୍କ
– ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ

Share